Odisha Link
Bridging the Missing Links in Odisha

ସିଏଏ ଓ ଏନଆସିକୁ ନେଇ ଆମ ମତ ସ୍ପଷ୍ଟ ଅଛି, କାହା କଥା ଶୁଣନ୍ତୁ ନାହିଁ: ନୀତୀଶ କୁମାର

ପାଟଣା: ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନଆରସିକୁ ନେଇ ପୁଣି ଥରେ ଜନତା ଦଳ ୟୁନାଇଟେଡରେ ମତଭେଦ ଦେଖା ଯାଇଛି। ଜାନୁଆରୀ ୨୧ ତାରିଖରେ ଦଳର ବରିଷ୍ଠ ନେତା ତଥା ମହାସଚିବ ପବନ ବର୍ମା ନୀତୀଶ କୁମାରଙ୍କୁ ସିଏଏ ଓ ଏନଆରସିକୁ ନେଇ ଚିଠି ଲେଖିଥିଲେ। ଯେଉଁଥିରେକି ଦିଲ୍ଲୀ ନିର୍ବାଚନରେ ବିଜେପି ସହିତ ଅକାଳୀ ଦଳ ସହଯୋଗ ନକରିବା କଥା ଉଲ୍ଲେଖ ରହିଥିଲା।

ଅନ୍ୟପଟେ ଜନତା ଦଳ ୟୁନାଇଟେଡ ଦଳର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ବିଭିନ୍ନ ସମୟରେ ସିଏଏ ଓ ଏନଆରସିକୁ ନେଇ ବୟାନ ଦେଉଛନ୍ତି। ଯାହାଫଳରେ ଗୁରୁବାର ଦିନ ନୀତୀଶ କୁମାର କାହା ନାମ ନନେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଲୋକଙ୍କ କଥା ଶୁଣନ୍ତୁ ନାହିଁ। ସିଏଏ ଓ ଏନଆରସିକୁ ନେଇ ଆମ ମତ ସ୍ପଷ୍ଟ ଅଛି।

ନୀତୀଶ କୁମାର କହିଛନ୍ତି ଯେ, ଯଦି କାହା ପାଖରେ କୌଣସି ସମସ୍ୟା ଅଛି ତେବେ ସେହି ବ୍ୟକ୍ତି ଦଳ ବା ଦଳର ବୈଠକରେ ସେ ବିଷୟରେ ଚର୍ଚ୍ଚା କରିପାରିବେ, ତର୍ଜମା କରିପାରିବେ ହେଲେ ସାବର୍ବଜନୀନ ସ୍ତରରେ ବୟାନ ଦେବା ଆଶ୍ଚର୍ଯ୍ୟଜନକ କଥା। ସେହିଭଳି ବ୍ୟକ୍ତି ଦଳ ଛାଡ଼ି ଯାଇ ପାରନ୍ତି ଏବଂ ନିଜ ମନ ପସନ୍ଦର ଦଳରେ ମିଶି ଯାଆନ୍ତୁ ବୋଲି କହିଛନ୍ତି ନୀତୀଶ। ସେ କହିଛନ୍ତି ଯେ, କିଛି ଲୋକଙ୍କ କଥା ଶୁଣନ୍ତୁ ନାହିଁ। ସିଏଏ ଓ ଏନଆରସିକୁ ନେଇ ଆମ ମତ ସ୍ପଷ୍ଟ ଅଛି।

Comments are closed.