Odisha Link
Bridging the Missing Links in Odisha

ମହାତ୍ମା ଗାନ୍ଧୀଙ୍କ ଅସଲି ଅନୁଗାମୀ କିଏ?, ଲୋକସଭାରେ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ମନ୍ତବ୍ୟକୁ ନେଇ ସଂସଦରେ ହଟ୍ଟଗୋଳ। ଏପରିକି ଆଜି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଶାସକ ଦଳ ବିଜେପିକୁ ରାବଣର ସନ୍ତାନ ବା ଛୁଆ ସହ ତୁଳନା କରିଛନ୍ତି। ସଂସଦର ଶୂନ୍ୟକାଳରେ ଅଧୀର ରଞ୍ଜନ ଚୌଧୁରୀ ବିଜେପି ସାଂସଦ ଅନନ୍ତ ହେଗଡେଙ୍କ ‘ସତ୍ୟାଗ୍ରହ ଏକ ଡ୍ରାମା’ ମନ୍ତବ୍ୟକୁ କାଉଣ୍ଟର କରିବାକୁ ଯାଇ ଏଭଳି କହିଛନ୍ତି।

ଆଜି ଲୋକସଭାରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ଅଧୀର ରଞ୍ଜନ ଚୌଧୁରୀ ଯେତେବେଲେ କହିବା ଆରମ୍ଭ କଲେ ସେତେବେଳେ ହୋ ହାଲ୍ଲା ଆରମ୍ଭ ହୋଇଥିଲା। ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ହେଉଛି। କୌଣସି ସ୍ଥାନରେ ବିବାଦ ନାହିଁ। ଏଭଳି ମନ୍ତବ୍ୟ ରଖି ବିଜେପିକୁ କଟୁ ସମାଲୋଚନା କରିବାକୁ ଯାଇ ଅଧୀର କହିଥିଲେ, ଗାନ୍ଧି ହେଉଛନ୍ତି ରାମଙ୍କ ପୂଜାରୀ। ଏବଂ ବିଜେପି ରାମଙ୍କ ପୂଜାରୀଙ୍କୁ ଅପମାନ କରୁଛି ବୋଲି ସେ କହିଥିଲେ। ଏହାପରେ ସେ ବିଜେପିକୁ ରାବଣର ସନ୍ତାନ ସହ ତୁଳନା କରିଥିଲେ।

ଅଧିରଙ୍କ ମନ୍ତବ୍ୟ ପରେ ବିଜେପିର କେନ୍ଦ୍ରୀୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ମହାତ୍ମା ଗାନ୍ଧୀଙ୍କ ଅସଲି ଭକ୍ତ ହେଉଛନ୍ତି ବିଜଜେପି କର୍ମୀ। ଆମେ ମହାତ୍ମା ଗାନ୍ଧୀଙ୍କ ଅସଲି ଅନୁଗାମୀ। ଏ ସବୁ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପରି ନକଲି ଗାନ୍ଧୀଙ୍କ ଅନୁଗାମୀ।

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମକୁ ଏକ ଡ୍ରାମା ବୋଲି କହିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଅନନ୍ତ କୁମାର ହେଗଡ଼େ। ହେଗଡ଼େଙ୍କ ଏହି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବାରୁ ବିଜେପି ପକ୍ଷରୁ ତାଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ କୁହାଯାଇଛି। ହେଲେ ଏଯାଏ ସେଭଳି କୌଣସି କ୍ଷମା ମାଗି ନାହାନ୍ତି।

Comments are closed.