Odisha Link
Bridging the Missing Links in Odisha

‘ଫେଣ୍ଡ୍‌ସିପ୍‌ ସିନେମାରେ ନଜର ଆସିବେ ହରଭଜନ

ମୁମ୍ବାଇ : କ୍ରିକେଟ ଦୁନିଆରେ ବେଷ୍ଟ ବୋଲର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ ହରଭଜନ ସିଂ । ସେ କ୍ରିକେଟ ପଡ଼ିଆରେ ନିଜର ଯାଦୁ ଦେଖେଇ ସାରିଛନ୍ତି ଏବେ ତାଙ୍କର ଯାଦୁ ବଲିଉଡରେ ଦେଖିବାକୁ ମିଳିବ । ସିନେମା ‘ଫେଣ୍ଡ୍‌ସିପ୍‌’ରେ ହରଭଜନ ଲିଡ୍‌ ରୋଲ୍‌ରେ ନଜର ଆସିବେ । ତେବେ ସିନେମା ଫେଣ୍ଡ୍‌ସିପ୍‌ର ପ୍ରଥମ ପୋଷ୍ଟର ରିଲିଜ ହୋଇସାରିଛି । ଯଦିଓ ପୋଷ୍ଟରରେ ହରଭଜନ ନଜର ଆସିନାହାନ୍ତି, କିନ୍ତୁ କ୍ରିକେଟ ମୈଦାନରେ ହାତକଡି ପିନ୍ଧିଥିବା ଦୁଇ ହାତ ଦେଖାଯାଇଛି ।

ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହରଭଜନ ୧୦୩ଟି ଟେଷ୍ଟ ଖେଲି ୪୧୭ଟି ଉଇକେଟ, ୨୩୬ଟି ଏକଦିବସୀୟ ମ୍ୟାଚରୁ ୨୬୯ଟି ଉଇକେଟ୍‌ ଏବଂ ୨୮ଟି ଟି୨୦ ମ୍ୟାଚରୁ ୨୫ଟି ଉଇକେଟ୍‌ ହାସଲ କରିଛନ୍ତି ।

ପୂର୍ବରୁ ସୁନୀଲ ଗାଭାସ୍କର, କପିଳ ଦେବ, ଅଜୟ ଜାଡେଜା, ସଚିନ ତେନ୍ଦୁଲକର ଏବଂ ବ୍ରେଟ୍‌ ଲି ପ୍ରମୁଖ କ୍ରିକେଟରମାନେ ପରଦାରେ ଛୋଟ ଭୂମିକାରେ ଅଭିନୟ କରିସାରିଛନ୍ତି । ହରଭଜନ ପ୍ରଥମ କ୍ରିକେଟର ଭାବେ କୌଣସି ସିନେମାରେ ଲିଡ୍‌ ରୋଲରେ ନଜର ଆସିବେ । ସିନେମାଟିକୁ ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed.