Odisha Link
Bridging the Missing Links in Odisha

ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ

ଭୁବନେଶ୍ବର: ସିଲ୍‌ ହେଲା ଓୟୁଏଟି କୁକୁଡା ଫାର୍ମ। ବାର୍ଡ ଫ୍ଲୁ ଚିହ୍ନଟ ପରେ ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମକୁ ସିଲ୍‌ କରାଯାଇଛି। ଫାର୍ମକୁ ସିଲ୍‌ କରି ଲାଲ୍‌ ପତାକା ଲଗାଇଛନ୍ତି କର୍ତ୍ତୃପକ୍ଷ। ଫାର୍ମକୁ ୩ ମାସ ପାଇଁ ସିଲ୍‌ କରାଯାଇଛି ଏବଂ ୧୫ ଦିନରେ ଥରେ ଏହାକୁ ବିଶୋଧନ କରାଯିବା। ଏଥିସହ ଓୟୁଏଟି ଭେଟେନାରୀ କଲେଜ କୁକୁଡା ଫାର୍ମରେ ୧ ବର୍ଷ ଯାଏଁ କୁକୁଡା ପ୍ରଜନନକୁ ମଧ୍ୟ ବନ୍ଦ ରଖାଯିବ। ଏନେଇ ପ୍ରାଣୀ ସଂପଦ ନିର୍ଦ୍ଦେଶକ ରତ୍ନାକର ରାଉତ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଜାନୁଆରୀ ୨୭ରେ ଓୟୁଏଟିରେ ବାର୍ଡ ଫ୍ଲୁ ରିପୋର୍ଟ ଆସିଥିଲା।

Comments are closed.