Odisha Link
Bridging the Missing Links in Odisha

ଏସ୍‌ସିବିରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ବର: କଟକ ବଡ଼ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି। ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ ରୋଗୀଙ୍କ ଠାରୁ କିଡନୀ ନେଇ କଟକ ଏସସିବିରେ କୀଡନି ହରାଇଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି। ଏସସିବିର ଏକ ବିଶେଷଜ୍ଞ ଦଳ ଅସ୍ତ୍ରୋପଚାର କରି ସଫଳତାର ସହ କୀଡନି ପ୍ରତିରୋପଣ କରିଛନ୍ତି। ଏହା ଓଡିଶା ଚିକିତ୍ସା ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିଛି। ଭୁବନେଶ୍ୱର ଆପୋଲୋରେ ବ୍ରେନ ଡେଡ୍ ଘୋଷିତ ଜଣେ ଯୁବତୀଙ୍କ କିଡନୀ କାଢି ଏସସିବିକୁ ଆଣି ସଫଳତାର ସହ ପ୍ରତିରୋପଣ କରିଛନ୍ତି ବିଶେଷଜ୍ଞ ଡାକ୍ତରୀ ଦଳ।
ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଦିଗପହଣ୍ଡି ଅଂଚଳର ପ୍ରିୟଙ୍କା ପାତ୍ର ନାମକ ୨୨ବର୍ଷିୟ ଯୁବତୀ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ତେବେ ୨୭ ତାରିଖରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଚିକିତ୍ସା କରୁଥିବା ଡାକ୍ତର। ପରିବାର ଲୋକ ଯୁବତୀଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଗତ ରାତିରେ ଏସସିବିର ବିଶେଷଜ୍ଞ ଡାକ୍ତରୀ ଦଳ ଆପୋଲୋକୁ ଯାଇ ଯୁବତୀଙ୍କ ଦେହରୁ କିଡନୀ କାଢି ଏସସିବି ଆଣି ପୁରୁଷ ରୋଗୀଙ୍କ ଦେହରେ ପ୍ରତିରୋପଣ କରିଛନ୍ତି।
ରାଜ୍ୟରେ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ଆରମ୍ଭ କରିବାକୁ ସରକାର କିଛି ଦିନ ତଳେ ନିଷ୍ପତି ନେଇଥିଲେ। ଏଥିପାଇଁ କଟକ ବଡ ମେଡିକାଲକୁ ନୋଡାଲ ସେଂଟର କରାଯାଇଛି, ଆଉ ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ ଗତ ରାତିରୁ ଏସସିବିରେ ଆରମ୍ଭ ହୋଇଛି। ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗକୁ ଅନ୍ୟଜଣଙ୍କ ଦେହରେ ପ୍ରତିରୋପଣ କରିବା ଚିକିତ୍ସାକୁ ଡାକ୍ତରୀ ଭାଷାରେ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ କୁହାଯାଇଥାଏ।

Comments are closed.