Odisha Link
Bridging the Missing Links in Odisha

ଶାହିନ୍‌ ବାଗ୍‌ ଗୁଳିକାଣ୍ଡ: ଅଭିଯୁକ୍ତ କପିଲ ଆପ୍‌ ସଦସ୍ୟ, ପ୍ରମାଣ ଜାରିକଲା ପୋାଲିସ୍

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନ୍‌ ବାଗ୍‌ରେ ହୋଇଥିବା ଗୁଳିକାଣ୍ଡର ବଡ଼ ଖୁଲାସା କରିଛି ଦିଲ୍ଲୀ ପୋାଲିସ୍। ପୋଲିସ୍‌ ସୂଚନା ଅନୁଯାୟୀ, ଦୋଷୀ କପିଲ ଗୁର୍ଜର ଆମ୍‌ ଆଦାମୀ ପାର୍ଟୀର ଜଣେ ସଦସ୍ୟ ବୋଲି କହିଛି। କେବଳ ଏତିକି ନୁହେଁ ଦୋଷୀଙ୍କ ପିତା ଗଜେ ସିଂହ ମଧ୍ୟ ଜଣେ ଆପ୍‌ର କାର୍ଯ୍ୟକର୍ତ୍ତା। ଏଥିସହିତ ପୋଲିସ୍‌ କହିଛି ଯେ, ଏସ୍‌ଆଇଟି ଦ୍ବାରା ହୋଇଥିବା ଜେରା ସମୟରେ ଦୋଷୀ କପିଲ ଏସବୁ ତଥ୍ୟ ଦେଇଛି।

ପୋଲିସ୍‌ କହିବା ମୁତାବିକ କପିଲ ଗୁର୍ଜର କହିଛି ଯେ, ୨୦୧୯ର ପ୍ରାରମ୍ଭିକରେ କପିଲ ଓ ତାଙ୍କ ପିତା ଆପ୍‌ ଦଳର ସଦ୍ୟସତା ନେଇଥିଲେ। ପିଲ ଗତବର୍ଷ ଆପ୍‌ରେ ଯୋଗ ଦେଉଥିବା ବେଳର ଏକ ଫଟୋ ଦିଲ୍ଲୀ ପୁଲିସ ଆଜି ଜାରି କରିଛି। ଏହି ଫଟୋରେ ଆପ୍‌ର ବରିଷ୍ଠ ନେତା ସଞ୍ଜୟ ସିଂହଙ୍କ ସହ କପିଲ ଏବଂ ତା’ ବାପା ଉପସ୍ଥିତ ଥିବା ଜଣାପଡ଼ିଛି। କପିଲ ୨୦୧୯ରେ ଆପ୍‌ର ପ୍ରାଥମିକ ସଦସ୍ୟତା ପଦ ଗ୍ରହଣ କରିଥିଲା ବୋଲି ଦିଲ୍ଲୀ ପୁଲିସ ପଚରା ଉଚରା ପରେ ଜାଣିବାକୁ ପାଇଛି।

ଶାହିନ୍‌ ବାଗରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ କପିଲ ତୀବ୍ର ବିରୋଧ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲେ। ତେବେ ଗୁଳି ଫୁଟାଇବାବେଳେ କପିଲ ‘ଜୟ ଶ୍ରୀରାମ’, ‘ହମାରେ ଦେଶମେ ଔର କିସି କି ନହିଁ ଚଲେଗି’ ଭଳି ‌ସ୍ଲୋଗାନ ଦେଇଥିଲା।

Comments are closed.