Odisha Link
Bridging the Missing Links in Odisha

ଲାଞ୍ଚ ମାଗି ବହିଷ୍କାର ହେଲେ ସ୍କୁଲର ଅଧ୍ୟକ୍ଷ, ପିଇଟି

ସୁନ୍ଦରଗଡ଼ : ମହଙ୍ଗା ପଡିଲା ଲାଞ୍ଚ ମାଗିବା। ପାଚିକା ଚାକିରି ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ମାଗି ଚାକିରିରୁ ବହିଷ୍କୃତ ହୋଇଛନ୍ତି ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ ଏବଂ ପିଇଟି। ବହିଷ୍କୃତ ବିଦ୍ୟାଳୟର ଅଧ୍ୟକ୍ଷ ବିଜୟ ବଡ଼ାଇକ ଏବଂ ପିଇଟି ଅମର ଅନନ୍ତ ପଟ୍ଟନାୟକ। ଓଡ଼ିଶା ମଡେଲ୍ ଟ୍ରାଇବାଲ୍ ଏଜୁକେସନ୍ ସୋସାଇଟି ସଚିବ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ସୂଚନାଯୋଗ୍ୟ, ବିଦ୍ୟାଳୟର ପାଚିକାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ପାଚିକା ଚାକିରି ପାଇଁ ଆବେଦନ କରିଥିଲେ। ଚାକିରି ପାଇଁ ତାଙ୍କ ଠାରୁ ୬୦ ହଜାର ଟଙ୍କା ଦାବି କରିଥିଲେ ସ୍କୁଲର ପିଇଟି। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଦନ୍ତ କରି ଉଭୟ ଅଧ୍ୟକ୍ଷ ଓ ପିଇଟିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ତଦନ୍ତ ପରେ ଉଭୟଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।

Comments are closed.