Odisha Link
Bridging the Missing Links in Odisha

ପୁଣି ବିଧାନସଭା ମୁଲତବି

ଭୁବନେଶ୍ବର: ପୁଣି ମୁଲତବି ହେଲା ବିଧାନସଭା। ଆଜି ବିଧାନସଭା ଆରମ୍ଭରୁ ଦିନ ୧୧.୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ପରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ପ୍ରଦର୍ଶନ ଯୋଗୁଁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଥିଲେ ବାଚସ୍ପତି। ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ଜୋରଦାର ହଟ୍ଟଗୋଳ କରୁଛନ୍ତି ବିରୋଧୀ। ହଙ୍ଗାମା ଯୋଗୁଁ ଚାଲି ପାରୁନି ଗୃହ। ଆଜି ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ଦ୍ବିତୀୟ ଦିନ ଆରମ୍ଭରୁ ହିଁ ଗୃହ ସରଗରମ ରହିଛି। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହିଁ ବିରୋଧୀ ହଟ୍ଟଗୋଳ ପ୍ରଦର୍ଶନ କରୁଛନ୍ତି। ଏଥିପାଇଁ ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ପରେ ପୁଣି ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି। ଆଜି ଗୃହରେ ଏମଏସଏମଇ ସହ ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ପ୍ରଭୃତି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି।

ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବସିବାକୁ ସ୍ଥିର ହୋଇଛି। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ତାଙ୍କ ଅଭିଭାଷଣ ରଖିଛନ୍ତି। ଆସନ୍ତା ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟ୍ ଆକାର ଦେଢ଼ ଲକ୍ଷ କୋଟି ଟଙ୍କାକୁ ଟପିବ ବୋଲି ସୂଚନା ମିଳିଛି।

Comments are closed.