Odisha Link
Bridging the Missing Links in Odisha

ଆଜି ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ

ଭୁବନେଶ୍ବର: ଆଜି ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ। ତେବେ ଦ୍ବିତୀୟ ଦିନରେ ବି ଗୃହ ସରଗରମ ରହିବାର ସମ୍ଭାବନା ରହିଛି । ବିଭିନ୍ନ ପ୍ରସଙ୍ଗରେ ଶାସକ ଦଳକୁ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି।ଅନ୍ୟପଟେ ଶାସକ ଦଳ ମଧ୍ୟ ସମସ୍ତ ବିରୋଧୀଙ୍କ ଆଟାକ୍ ମୁକାବିଲା ପାଇଁ ତୟାର ରହିଛି। ଆଜି ଏମଏସଏମଇ ସହ ମହିଳା ଓ ଶିଶୁ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ପ୍ରଭୃତି ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।

ଚଳିତ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ରୁ ଆରମ୍ଭ ହୋଇ ୨୬ ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ବସିବାକୁ ସ୍ଥିର ହୋଇଛି। ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ତାଙ୍କ ଅଭିଭାଷଣ ରଖିଛନ୍ତି। ଆସନ୍ତା ୧୮ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏଥର ବଜେଟ୍ ଆକାର ଦେଢ଼ ଲକ୍ଷ କୋଟି ଟଙ୍କାକୁ ଟପିବ ବୋଲି ସୂଚନା ମିଳିଛି।

Comments are closed.