Odisha Link
Bridging the Missing Links in Odisha

ଫିଟୁଛି ଡବଲ ମର୍ଡର ଗୁମର

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ହମିରପୁର ଡବଲ୍‌ ମର୍ଡ଼ର ଘଟଣାରେ ଫିଟୁଛି ନୂଆ ଗୁମର। ହତ୍ୟା ମାମଲାରେ ସମ୍ପୃକ୍ତ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଏବେ ପୁଲିସ୍ କବଜାରେ। ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ କଳ୍ପନା ଓ ତାଙ୍କ ଝିଅଙ୍କ ମୃତଦେହ ଉପରେ ବୋଲେରୋ ଚଢ଼ାଇ ଦେଇଥିବା ପୂର୍ବରୁ ପୁଲିସ୍‌ କହି ସାରିଛି। ହେଲେ ଏହି ହତ୍ୟାକାଣ୍ଡରେ ଆଉ ଏକ ଇନୋଭା ବ୍ୟବହାର କରାଯିବ କଥା ଏବେ ସାମ୍ନାକୁ ଆସିଛି। ଗତକାଲି ବର୍ଦ୍ଧନକୁ ହମିରପୁରସ୍ଥିତ ଘଟଣାସ୍ଥଳକୁ ନେଇ ହତ୍ୟାକାଣ୍ଡ ସିନ୍‌ର ରିକ୍ରିଏସନ୍ କରାଯାଇଥିଲା।

ସିନ୍‌ ରିକ୍ରିଏସନ୍‌ ସମୟରେ ନିଜ ଦୋଷ ସ୍ୱିକାର କରି ହତ୍ୟାକାଣ୍ଡରେ ବୁଲେରୋ ଓ ଇନୋଭାର ବ୍ୟବହାର ହୋଇଥିବା କଥା ସ୍ୱିକାର କରିଥିଲା ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟୋପୋ।ଉକ୍ତ ଦିନ ବୋଲେରୋ ପରେ ପରେ ମୃତକଙ୍କ ଉପରେ ଇନୋଭା ଚଢ଼ା ଯାଇଥିଲା। ଇନୋଭାରେ କିଏ ଏବଂ କେତେଜଣ ଥିଲେ ସେ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।

ସୂଚନାଯୋଗ୍ୟ, କଳ୍ପନା ଦାଶ ଓ ତାଙ୍କ ନାବାଳିକା ଝିଅଙ୍କ ମୃତଦେହ ୨୦୧୬ ମେ ୭ରେ ଛତିଶଗଡ଼ର ହମିରପୁର ଜଙ୍ଗଲରୁ ମିଳିଥିଲା। ହତ୍ୟା ପରେ ସେମାନଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା। ତେବେ ଏହି ଡବଲ୍‌ ମର୍ଡର ଘଟଣାରେ ୨ଟି ଗାଡ଼ି ବ୍ୟବହାର ହୋଇଥିଲା ବୋଲି ଜଣାପଡ଼ିଛି। ଗୋଟିଏ ବୋଲେରୋ ଅନ୍ୟଟି ଇନୋଭା ବୋଲି ତଦନ୍ତରୁ ଜଣାପଡ଼ିଛି। ଏହି ୨ଟି ବ୍ରାଣ୍ଡ ଗାଡ଼ିର ମାଲିକାନା ଖୋଦ୍ ଅନୁପଙ୍କ ପାଖରେ ଥିଲା। ୨୦୧୪ ନିର୍ବାଚନ ପାଇଁ ଅନୁପ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି ଯେ, ତାଙ୍କ ପାଖରେ OR 02AY 8596 ନମ୍ବର ବିଶିଷ୍ଟ ଗୋଟିଏ ବୋଲେରୋ ରହିଛି। ତେବେ ଅଚାନକ୍ ଏହି ଗାଡ଼ିକୁ ୨୦୧୬ରେ ତାଙ୍କ ସମ୍ପର୍କୀୟ ସୁନୀଲ ସାଇ ଦେଓଙ୍କୁ ଅନୁପ ବିକ୍ରି କରି ଦେଇଥିଲେ। ଏହି ଗାଡ଼ିକୁ ଗୁଜରାଟ ନେବା ପାଇଁ ଭୁବନେଶ୍ୱର ଆର୍‌ଟିଓଙ୍କ ପାଖରେ NOC ପାଇଁ ଆବେଦନ ହୋଇଥିଲା ଏବଂ ୨୦୧୭ ଜୁଲାଇ ୧୯ରେ ଏନେଇ ଅନୁମତି ମିଳିଥିଲା। ହେଲେ ଏହି ଗାଡ଼ି ଗୁଜରାଟ ନ ଯାଇ ଓଡ଼ିଶାରେ ହିଁ ଥିବା ଜଣାପଡ଼ିଛି। ଯାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ୨୦୧୫ ଜୁଲାଇ ୬ରେ OD 02V 9744 ନମ୍ବର ବିଶିଷ୍ଟ ଏକ ଇନୋଭା ଗାଡ଼ି ଅନୁପ ସାଏ କିଣିଥିଲେ। ଯାହାକୁ ସେ ଏବେ ବି ବ୍ୟବହାର କରୁଛନ୍ତି।

Comments are closed.