Odisha Link
Bridging the Missing Links in Odisha

ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଧର୍ମଗଡ : ଆଜି ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜାତୀୟ ରାଜପଥ ୨୬କୁ ଚାଷୀମାନେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସହ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଯାହାଫଳରେ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ ଚାଷୀମାନଙ୍କୁ ଟୋକନ ମିଳିଥିଲେ ବି ଟାର୍ଗେଟ ନଥିବାରୁ ବାତିଲ ହୋଇଯାଉଛି । ପୁଣି କେତେକ ଚାଷୀଙ୍କୁ ଟୋକନ ଅନଲାଇନରେ ପଞ୍ଜିକରଣ ପରେ ବି ଲିଙ୍କ‌୍‍ ଆସୁନାହିଁ। ଫଳରେ ଚାଷୀଙ୍କ ଧାନ ବିକ୍ରି ନହୋଇ ହଜାର ହଜାର ବସ୍ତା ମଣ୍ଡିରେ ପଡିରହିଛି।

Comments are closed.