Odisha Link
Bridging the Missing Links in Odisha

ରେଗୁଲାର ଜାଗାରେ‌ ଏକ୍ସ ରେଗୁଲା ପରୀକ୍ଷା ଦେଲେ ଦୁଇ ଛାତ୍ରୀ

ବଣାଇ : ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇ କେନା ଭେଟା କଲେଜରେ ଆସନ୍ତୋଷ ଦେଖାଯାଇଛି । ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ପରୀକ୍ଷା ଦେଇଛନ୍ତି ଦୁଇ ଛାତ୍ରୀ।

ସୂଚନାଅନୁସାରେ, ଗତ ୪ ତାରିଖରେ ଯୁକ୍ତ ଦୁଇ କଳାର ଦୁଇ ଛାତ୍ରୀ ପିଙ୍କି କିଷାନ ଏବଂ ଖିରେଶ୍ୱରୀ ଭଗତ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଥିଲେ। ପରୀକ୍ଷାକେନ୍ଦ୍ରରେ ସେମାନଙ୍କୁ ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଏନେଇ ଦୁଇ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ ।

ଦୁଇ ଛାତ୍ରୀ ଦାବି କରିଛନ୍ତି , ପୁଣି ଥରେ ପରୀକ୍ଷା କରାଯାଉ, ନଚେତ୍ ଫୁଲ ମାର୍କ୍ ଦିଆଯାଉ । ଏହାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମଧ୍ୟ କହିଛନ୍ତି। ଗତକାଲି ଦୁଇ ଛାତ୍ରୀ ବଣାଇ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଦାବି ପୂରଣ ନ ହେଲେ କଲେଜରେ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବଣାଇ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ କହିଛନ୍ତି,“ ଏନେଇ ଲିଖିତ ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତ କରାଯିବ। ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।

Comments are closed.