Odisha Link
Bridging the Missing Links in Odisha

ୟେସ୍ ବ୍ୟାଙ୍କ: ଫେରିଲା ଜଗନ୍ନାଥଙ୍କ ଟଙ୍କା

ପୁରୀ: ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାର ଭବିଷ୍ୟତକୁ ନେଇ ଯେଉଁ ଦ୍ବନ୍ଦ ଦେଖା ଯାଇଥିଲା ତାର ଅବସାନ ଘଟିଛି। ଆଜି ୟେସ୍ ବ୍ୟାଙ୍କରୁ ଫେରିଲା ଜଗନ୍ନାଥଙ୍କ ଟଙ୍କା। ଇ-ଟ୍ରାନ୍ସଫର ମାଧ୍ୟମରେ ୩୯୭ କୋଟି ଟଙ୍କା ଫେରାଇଛି ୟେସ୍ ବ୍ୟାଙ୍କ। ପ୍ରଥମ ପର୍ଯ୍ୟାୟରେ ୩୮୯ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ୟେସ୍ ବ୍ୟାଙ୍କରୁ ଶ୍ରୀ ମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଛି। ଏନେଇ ୟେସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ସୂଚନା ଦେଇଛନ୍ତି।

ମୂଳଧନ ୩୮୯ କୋଟି ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା ବାବଦକୁ ମୋଟ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାଙ୍କୁ ଷ୍ଟେଟ୍ ବ୍ୟାଙ୍କରେ ୟେସ୍‌ ବ୍ୟାଙ୍କ ପକ୍ଷରୁ ଜମା କରାଯାଇଛି। ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି। ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି।

Comments are closed.