Odisha Link
Bridging the Missing Links in Odisha

ମାର୍ଚ୍ଚ ୨୨ରେ ଦେଶବ୍ୟାପୀ ଜନତା କର୍ଫ୍ୟୁ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ଦେଶରେ ଦିନକୁ ଦିନ କାୟା ବିସ୍ତାର କରୁଛି। ଏଥିସହିତ ୪ଜଣ ଭାରତୀୟ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏହି ସମୟରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ମୋଦି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମେ ମିଳିମିଶି କରୋନାର ମୁକାବିଲା କରିବା। ନିଜେ ସଂକ୍ରମଣରୁ ବର୍ତ୍ତିବା, ଅନ୍ୟକୁ ବି ବଞ୍ଚାଇବା। ସକଳ୍ପ ଏବଂ ସଂଯମ ହେଲେ ମହାମାରୀର ମୁକାବିଲା କରିପାରିବା ବୋଲି ମୋଦି କହିଛନ୍ତି।

ଏଥିସହିତ ଘରୁ ବାହାରକୁ ନବାହାରିବା ପାଇଁ ଦେଶବାସୀଙ୍କୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ। ବୟସ୍କ ଲୋକ କିଛି ଦିନ ଘରେ ରହନ୍ତୁ ଏବଂ ବାହାରକୁ ବାହାରନ୍ତୁନି ବୋଲି ପରାମର୍ଶ ଦେଲେ ମୋଦି। କୋରନା ପୂରା ମାନବ ଜାତି ପାଇଁ ସଙ୍କଟ ସାଜିଛି ପ୍ରଥମ ବିଶ୍ୱ ଯୁଦ୍ଧରେ ବି ଏତେ ଦେଶ ପ୍ରଭାବିତ ହୋଇ ନଥିଲେ କରୋନା ଠାରୁ ବଞ୍ଚିବାର ବେଳ ଆସିଛି ତେଣୁ ସତର୍କ ଓ ସଜାଗ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ମୋଦି ଆହୁରି କହିଛନ୍ତି ଯେ, ୨୨ ମାର୍ଚ୍ଚ ରବିବାର ଦେଶବାସୀ ପାଳନ୍ତୁ ଜନତା କର୍ଫ୍ୟୁ। ସେଦିନ ସମସ୍ତେ ନିଜ ଘରେ ରୁହନ୍ତୁ। କରୋନା ମୁକାବିଲାରେ ଲାଗିଥିବା ସମସ୍ତଙ୍କୁ ଧନ୍ୟବାଦ ଦିଅନ୍ତୁ। ଡାକ୍ତର, ଗଣମାଧ୍ୟମ ସଦସ୍ୟ, ପୋଲିସଙ୍କୁ ଧନ୍ୟବାଦ ଦେବାର ବେଳ ୨୨ ମାର୍ଚ୍ଚ ରବିବାର ଦିନ ସମସ୍ତେ ସେମାନଙ୍କୁ ଧନ୍ୟବାଦ ଦିଅନ୍ତୁ ବୋଲି କହିଛନ୍ତି ମୋଦି। ନିଜ ଘରେ ରହି ସନ୍ଧ୍ୟା ୫ଟାରେ ୫ ମିନିଟ ପାଇଁ ତାଳି ମାରି, ଘଣ୍ଟା ବଜାଇ, ସାଇରନ ଦେଇ ଧନ୍ୟବାଦ ଦିଅନ୍ତୁ। ରାଜ୍ୟ ସରକାର ବି ଏହାକୁ ସଫଳ କରିବାକୁ ଆହ୍ୱାନ ଦେଲେ ମୋଦି ।

Comments are closed.