Odisha Link
Bridging the Missing Links in Odisha

ଜନତା କର୍ଫ୍ୟୁ: ଆଜି ଗାଡ଼ି, ଟ୍ରେନ ଚଳାଚଳ ବନ୍ଦ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସାରା ଦେଶରେ ଆରମ୍ଭ ହୋଇଛି ଜନତା କର୍ଫ୍ୟୁ। ସେହିପରି ଓଡ଼ିଶା ମଧ୍ୟ ଏଥିରେ ସାମିଲ ହୋଇଛି। ଜନତା କର୍ଫ୍ୟୁ ପାଇଁ ଆଜି ସମଗ୍ର ରାଜ୍ୟରେ ବନ୍ଦ ରହିଛି ଘରୋଇ ବସ୍ ସେବା। ପ୍ରାୟ ୧୪ ହଜାର ଘରୋଇ ବସ୍ ଗଡି ନାହିଁ। ଜନତା କର୍ଫ୍ୟୁ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଏହି ବସ୍ ନଚଳାଇବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆଜି ସକାଳ ୭ଟାରୁ ରାତି ୯ଟା ଯାଏଁ ଏହି କଟକଣା ଲାଗୁ ରହିବ। ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇ ଏପରି ନିଷ୍ପତି ନିଆଯାଇଥିବା କହିଛିି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ସେହିପରି ରବିବାର ସାରା ରାଜ୍ୟରେ ୮୦ ପ୍ରତିଶତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିବ।

ଅପରପକ୍ଷେ ଜନତା କର୍ଫ୍ୟୁ ପାଇଁ ଆଜି ପୂର୍ବତଟ ରେଳବାଇ ପକ୍ଷରୁ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଜନତା କର୍ଫ୍ୟୁ ପାଇଁ ମୋଟ ୧୪୧ଟି ଟ୍ରେନ ବାତିଲ କରିଛି ପୂର୍ବତଟ ରେଳବାଇ। ଆଜି ଭୋର ୪ଟାରୁ ରାତି ୧୦ ଟା ମଧ୍ୟରେ କୌଣସି ଟ୍ରେନ ଯାତ୍ରା ଆରମ୍ଭ କରିବ ନାହିଁ। ତେବେ ୪ଟା ପୂର୍ବରୁ ଯାତ୍ରା ଆରମ୍ଭ କରିଥିବା ଟ୍ରେନ ଚଳାଚଳ କରିବ। ପୂର୍ବତଟ ରେଳବାଇ ତରଫରୁ ୪୮ଟି ଏକ୍ସପ୍ରେସ ୯୩ଟି ଯାତ୍ରୀବାହୀ ଟ୍ରେନ ବାତିଲ କରାଯାଇଛି।

Comments are closed.