Odisha Link
Bridging the Missing Links in Odisha

ICC ପଚାରିଲା ଏମାନଙ୍କ ମଧ୍ୟରୁ କିଏ ଭଲ ପୁଲ ଶଟ ଖେଳନ୍ତି?, ରୋହିତ କହିଲେ..

ନୂଆଦିଲ୍ଲୀ: ଗତକାଲି ଆଇସିସି କିଛି ଫଟୋକୁ ଯୋଡି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରି କ୍ରିକେଟ ପ୍ରେମୀଙ୍କୁ ଏକ ପ୍ରଶ୍ନ ପଚାରିଥିଲା। ଆଇସିସି ପ୍ରଶ୍ନ କରିଥିଲା ଯେ, ଆପଣଙ୍କ ମତରେ ଅତୀତ କିମ୍ବା ବର୍ତ୍ତମାନରେ କେଉଁ ବ୍ୟାଟସମ୍ୟାନ ଭଲ ପୁଲ ଶଟ ଖେଳନ୍ତି? ଆଇସିସି ପକ୍ଷରୁ ପୋଷ୍ଟ ହୋଇଥିବା ଫଟୋରେ ଓ୍ବେଷ୍ଟଇଣ୍ଡିଜର ମହାନ୍‌ ଖେଳାଳି ଭିଭାନ ରିଚାର୍ଡସ, ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର ଏବି ଡିଭିଲୟର୍ସ ଓ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଫଟୋ ସାମିଲ ଅଛି।

ଯାହାକୁ ନେଇ ହିିଟ୍‌ ମ୍ୟାନ ରୋହିତ ଶର୍ମା ଖୁସି ନାହାନ୍ତି। ସେ ଆଇସିସିର ଟୁଇଟଟିକୁ ରିଟୁଇଟ କରି ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଏଥିରେ କେହି ଜଣେ ମିସ୍‌ ଅଛନ୍ତି?, ମୋତେ ଲାଗୁଛି କି ଘରେ ବସି କାମ କରିବା ଏତେ ସହଜ ନୁହେଁ।

Comments are closed.