Odisha Link
Bridging the Missing Links in Odisha

କରୋନା: ଏଣିକି ସୁପ୍ରିମକୋର୍ଟରେ ଭିଡିଓ କନଫରେନ୍ସି ମାଧ୍ୟମରେ ହେବ ଶୁଣାଣି

ନୂଆଦିଲ୍ଲୀ: ଗାଁ ଠୁ ଆରମ୍ଭ କରି ସହର ସବୁଠି କରୋନା ଭାଇରସକୁ ନେଇ ଚର୍ଚ୍ଚା। ଦିନକୁ ଦିନ କରୋନା ଭାଇରସ ଭାରତରେ ତାର କାୟା ବିସ୍ତାର କରୁଛି। ଏହାକୁ ନଜରରେ ରଖି ସୁପ୍ରିମକୋର୍ଟ କିଛି ନିଷ୍ପତ୍ତି ଓ କଟକଣା ଜାରି କରିଛନ୍ତି । ଏଣିକି ଭିଡିଓ କନଫରେନ୍ସି ମାଧ୍ୟମରେ ମାମଲାର ହେବ ଶୁଣାଣି। ଭିଡିଓ କନଫରେନ୍ସି ମାଧ୍ୟମରେ କେବଳ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି ହୋଇ ପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏଥିସହିତ ସୁପ୍ରିମକୋର୍ଟ ପରିସରରେ ଥିବା ଓକିଳଙ୍କ ଚାମ୍ବର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେଥିପାଇଁ ମଙ୍ଗଳବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହି ସମୟ ମଧ୍ୟରେ ନିଜ ନିଜର ଫାଇଲ ଓ କାଗଜପତ୍ର ନେଇଯିବା ପାଇଁ କୁହାଯାଇଛି। ମଙ୍ଗଳବାର ଅପରାହ୍ନରେ ସମସ୍ତ ଚାମ୍ବରକୁ ସିଲ କରିଦିଆଯିବ ଓ କାହାକୁ ବି ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ କରିବାକୁୁ ଦିଆଯିବ ନାହିଁ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ କହିଛନ୍ତି ଯେ, ଏବେ ଅଦାଲତ କୋର୍ଟ ରୁମରେ ଚାଲିବ ନାହିଁ। ଏଥିପାଇଁ ଓକିଲ ମାନେ ଆସିବା ଜରୁରୀ ନାହିଁ। କରୋନା ଭାଇରସକୁ ନଜରରେ ସବୁ ଦିଗରୁ ପଦକ୍ଷେପ ନିଆଯାଉଛି। ଆଗକୁ ସୁପ୍ରିମକୋାର୍ଟ ଛୁଟି ହେବ ନା ନାହିଁ ସବୁ ସ୍ଥିତିର ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ବେବଡେ କହିଛନ୍ତି। ସୁପ୍ରିମକୋର୍ଟର ଆଗାମୀ ନିର୍ଦ୍ଦେଶ ଯାଏ କେବଳ ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରାଯିବ। ଅପରପକ୍ଷେ ଓକିଲ ମାନେ ପ୍ରଧାନ ବିଚାରପତିଙ୍କୁ କହିଛନ୍ତି ଯେ, ସବୁ ମାମଲାର ଅପିଲ ଦାଖଲ କରିବା ସମୟସୀମାକୁ ୪ ସପ୍ତାହକୁ ବୃଦ୍ଧି କରାଯାଉ।

Comments are closed.