Odisha Link
Bridging the Missing Links in Odisha

କରୋନା: ସ୍ପେନ୍ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନାରେ ପ୍ରାଣ ହରାଇଲେ ସ୍ପେନ୍ ରାଣୀ ମାରିଆ ଟେରେସା। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ମୃତ ମାରିଆଙ୍କ ଭାଇ ରାଜକୁମାର ସିକ୍ସଟୋ ଏନରିକି ଡି ବୋରବୋନ ଫେସବୁକରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ରାଜକୁମାରୀ ମାରିଆଙ୍କ ମୃତ୍ୟୁ ମାର୍ଚ୍ଚ ୨୬ରେ ହୋଇଛି। କୋଭିଡ-୧୯ରେ ଆକ୍ରାନ୍ତ ହେବା ଫଳରେ ତାଙ୍କର ଚିକିତ୍ସା କରାଯାଉଥିଲା ବୋଲି ସେ ସୂଚନା ଦେଇଛନ୍ତି।

https://www.facebook.com/sixtoenriquedeborbon/photos/a.264181261771/10158048240541772/?type=3&theater

ସ୍ପେନ ରାଜକୁମାରୀଙ୍କ ମୃତ୍ୟୁ ଫଳରେ ବିଶ୍ବର ରାଜ ପରିବାରରେ ଏହା ହେଉଛି କରୋନାରେ ପ୍ରଥମ ମୃତ୍ୟୁ। ମହାମାରୀ କରୋନା ଭାଇରସ ବିଶ୍ବର ୧୯୯ଟି ଦେଶରେ ନିଜର କାୟା ବିସ୍ତାର କରିଛି। ସାରା ବିଶ୍ବରେ ସାଢ଼େ ୬ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି। ୟୁରୋପୀୟ ଦେଶ ଇଟାଲୀ ପରେ ସ୍ପେନ୍‌ କରୋନା ଭାଇରସ୍‌ ଦ୍ବାରା ବେଶି ପ୍ରଭାବିତ ହୋଇଛି।

Comments are closed.