Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦେଲେ ଓଡ଼ିଶା ନାବିକ ସଂଘ

ଭୁବନେଶ୍ବର: ସାରା ବିଶ୍ବ ମହାମାରୀ କରୋନା ଭୂତାଣୁ ସହ ଲଢ଼େଇ ଜାରି ରଖିଥିବା ବେଳେ ସିଫେୟରର୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (SAO) ମଧ୍ୟ ଏ ଲଢ଼େିରେ ସାମିଲ ହୋଇଛି। ଆଜି SAO ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

ଆଜି ସଂଘର କାର୍ଯ୍ୟକାରୀ ପରିଷଦ ସଦସ୍ୟ ଆଶିଷ ପତ୍ରୀ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଳ କୁମାର ସ୍ବାଇଁଙ୍କୁ ଭେଟି ୩ ଲକ୍ଷ ଟଙ୍କାର ଏକ ଚେକ୍‌ ହସ୍ତାନ୍ତର କରିଥିଲେ।

ଓଡ଼ିଶାର ନାବିକ ପରିବାରକୁ ନେଇ ଗଠିତ ଏହି ସଂଘରେ କ୍ୟାପ୍ଟେନ୍‌ ଆଲୋକ ପାତ୍ର ସାଧାରଣ ସଂପାଦକ ଥିବା ବେଳେ କ୍ୟାପ୍ଟେନ୍‌ ନବୀନ ଚନ୍ଦ୍ର ଶର୍ମା ସଭାପତି ଅଛନ୍ତି।

Comments are closed.