Odisha Link
Bridging the Missing Links in Odisha

ସଞ୍ଚିତ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଦେଲେ ୬ ବର୍ଷର ଖୁସ୍

ଭଂଜନଗର: ସାରା ବିଶ୍ବ କରୋନା ଲଢ଼େିରେ ଲଟପଟ ହେଉତିବା ବେଳେ ଓଡ଼ିଶା ବି ଏହି ମହାମାରୀ ଭୂତାଣୁକୁ ରାଜ୍ୟରୁ ଦୂରେଇବା ପାଇ’ ସମ୍ମିଳିତ ଉଦ୍ୟମ ଜାରି ରଖିଛି। ଏଭଳି ସମୟରେ ରାଜ୍ୟର ହାତରେ ହାତ ମିଳାଇ ବହୁ ବ୍ୟକ୍ତି ସାଧ୍ୟମତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭଞ୍ଜନଗରର ୬ ବର୍ଷର ବାଳକ ଖୁସ୍ ଆଦେନୀ।

ପଇସା ଘଡ଼ାରେ ଗତ ଏକ ବର୍ଷ ମଧ୍ୟରେ ସଞ୍ଚୟ କରି ରଖିଥିବା ୧୫୦୦ ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ ଦେଇଛନ୍ତି କୁନି କୋଭିଡ୍‌ ଯୋଦ୍ଧା ଖୁସ୍। ଶୁକ୍ରବାର ଦିନ ଭଞ୍ଜନଗର ଉପ-ଜିଲ୍ଳାପଳଙ୍କୁ ଭେଟି ସେ ୧,୫୦୦ ଟଙ୍କା ହସ୍ତାନ୍ତର କରିଥିଲେ। ଖୁସ୍‌ଙ୍କ ସହ ତାଙ୍କ ଜେଜେ ତାଜ୍‌ ଆଦେନୀ।

କୁନି ବାଳକଙ୍କ ଏଭଳି ବଦାନ୍ୟତାକୁ ଉପ-ଜିଲ୍ଲାପାଳ ପ୍ରଶଂସା କରିଛନ୍ତି। ଟିଭି ଖବରରେ କରୋନା ସମ୍ପର୍କିତ ଖବର ଓ ବିଭିନ୍ନ ଲୋକ ଏଥିପାଇଁ ସହଯୋଗର ହାତ ବଢ଼ାଉଥିବା ଦେଖି ନିଜର ପଇସା ଗଡ଼ି ଭାଙ୍କିବାକୁ ଖୁସ୍‌ ମନସ୍ଥ କରିଥିଲେ ବୋଲି ତାଜ୍‌ ଆଦେନୀ କହିଛନ୍ତି। ପରିବାର ଲୋକ ଖୁସ୍‌ଙ୍କର ଏ ମହତ ବିଚାରରେ ଖୁସି ବ୍ୟକ୍ତ କରିଛନ୍ତି।

Comments are closed.