Odisha Link
Bridging the Missing Links in Odisha

ଲକ୍‌ଡାଉନ୍: କଟକ-ଭୁବନେଶ୍ବରରେ ଓଲା କ୍ୟାବ୍‌ ସେବା ଆରମ୍ଭ

ଭୁବନେଶ୍ବର: କରୋନା ପାଇଁ ଲକ୍‌ଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବାଗୁଡ଼ିକ ଛାଡ଼ି ସମସ୍ତ ସେବା ବନ୍ଦ ଥିଲା। ସାଧାରଣ ପରିବହନ ବ୍ୟବସ୍ଥା, କ୍ୟାବ୍‌ ସର୍ଭିସ୍‌ ଆଦି ମଧ୍ୟ ବନ୍ଦ ରହିଥିଲା। ତେବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସର୍ତ୍ତମୂଳକ ଭାବେ କଟକ ଓ ଭୁବନେଶ୍ବରରେ ଓଲା କ୍ୟାବ୍‌ ସେବା ପୁଣି ଆରମ୍ଭ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଦ୍ବେତନଗରୀରେ ଓଲା ଗାଡ଼ି ଚାଲିବା ପାଇଁ କମିଶନରେଟ୍‌ ପୁଲିସ ଅନୁମତି ଦେଇଛନ୍ତି। ମାତ୍ର ୧୦୦ଟି ଗାଡ଼ିକୁ ଏଥିଲାଗି ପାସ୍‌ ଦିଆଯାଇଛି। କେବଳ ଡାକ୍ତରଖାନାକୁ ଯିବାଆସିବା ନିମନ୍ତେ ସହରବାସୀ ଏହି ଓଲା କ୍ୟାବ୍‌କୁ ବ୍ୟବହାର କରିପାରିବେ। ଗୋଟିଏ ଗାଡ଼ିରେ ସର୍ବାଧିକ ୩ ଜଣ ଯାତ୍ରା କରିପାରିବେ। ଏହି ୧୦୦ଟି ଗାଡ଼ିର ଗତିବିଧି ଟ୍ରାକ୍‌ କରିବ କମିଶନରେଟ୍‌ ପୁଲିସ।

Comments are closed.