Odisha Link
Bridging the Missing Links in Odisha

କରୋନା: ବିଶ୍ଵବିଦ୍ୟାଳୟ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ରାଜ୍ୟପାଳଙ୍କୁ ଏବିଭିପିର ଦାବିପତ୍ର

ଭୁବନେଶ୍ବର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିଶ୍ୱର ସର୍ବବୃହତ ଛାତ୍ରସଙ୍ଗଠନ, ଏହି ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଶିକ୍ଷାକୁ ସଠିକ ମାର୍ଗରେ ପରିଚାଳନା କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଦାବିବାତ୍ର ଦେଇଛି।

କରୋନା ଭାଇରସର ପ୍ରଭାବ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ପଙ୍ଗୁ କରିଦେଇଛି। ଛାତ୍ରଛାତ୍ରୀ ମାନେ ଆଗକୁ ଆସୁଥିବା ପ୍ରବେଶିକା ପରୀକ୍ଷାକୁ ନେଇ ଚିନ୍ତିତ। ରାଜ୍ୟର କିଛି ବିଷୟରେ ହାତ ଗଣତି ବିଶ୍ୱବିଦ୍ୟାଳୟ ମାନଙ୍କରେ ଅନଲାଇନ ରେ ପାଠ ପଢା ଯାଉଛି ଯାହାକି ପ୍ରଯ୍ୟାପ୍ତ ନୁହେଁ। ତେବେ ରାଜ୍ୟର ସମଗ୍ର ବିଶ୍ୱବିଦ୍ୟାଳୟରେ ତିଳେ ମାତ୍ର ବିଳମ୍ବ ନକରି ଅନଲାଇନରେ ଶିକ୍ଷା ଦାନ ପାଇଁ ଏବିଭିପି ଦାବି କରୁଛି।

ଦ୍ୱିତୀୟତ ରାଜ୍ୟର ପିଜି କୋର୍ସରେ ଆଡ଼ମିଶନ ପାଇଁ ଏକକ ପ୍ରବେଶିକା ପରୀକ୍ଷା କରାଯିବା ଦରକାର ବୋଲି ଏବିଭିପି ଦାବି କରିଛି। ତୃତୀୟରେ ଆର୍ଥିକ ଅନଗ୍ରସର ବିଦ୍ୟାର୍ଥୀ ମାନଙ୍କୁ ଆଡ଼ମିଶନ୍ ଫି ଛାଡ଼ କରିବାକୁ ଦାବି କରିଛି। ସୋସିଆଲ ମିଡିଆରେ ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ବୁଲେଟିନ ଓ ଗାଇଡଲାଇନ ନୋଟିସ ଦେବାପାଇଁ ମଧ୍ୟ ଦାବି କରିଛି ଏବିଭିପି।

Comments are closed.