Odisha Link
Bridging the Missing Links in Odisha

ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ ମୁକ୍ତ ଅଞ୍ଚଳ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ହେଲା କଣ୍ଟେନମେଣ୍ଟ ମୁକ୍ତ। ଭୁବନେଶ୍ବରରେ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ବମିଖାଲ, ସତ୍ୟନଗର, ସୂର୍ଯ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲେ। ଏବେ ଏହି ଅଞ୍ଚଳରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ପ୍ରତ୍ୟାହାର କରାଯାଇଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘୋଷଣା କରାଯାଇଛି।

ସେହିପରି ଯଦୁପୁର ଓ ସୁନ୍ଦରପଦାରୁ ମଧ୍ୟ କଣ୍ଟେନମେଣ୍ଟ ପ୍ରତ୍ୟାହାର କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଉଠିଥିଲେ ମଧ୍ୟ ପ୍ରତିଷେଧମୂଳକ ବ୍ୟବସ୍ଥା ପାଇଁ ଆସନ୍ତା ୭ ଦିନ ଯାଏଁ ରହିବ। ଏସବୁ ଅଞ୍ଚଳକୁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଏସବୁ ଅଞ୍ଚଳରେ କରୋନା ପଜିଟିଭ୍ ଆସିବା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍ କରାଯାଇ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ଫଳରେ ଏହି ଅଞ୍ଚଳରେ ପ୍ରବେଶ ଓ ପ୍ରସ୍ଥାନ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଆବଦ୍ଧ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବିଏମ୍‌ସି ପକ୍ଷରୁ ଅଥ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଥିଲା।

Comments are closed.