Odisha Link
Bridging the Missing Links in Odisha

କରୋନା ବେଳେ କ୍ରିକେଟ ଖେଳ: ଉତ୍ତରପ୍ରଦେଶରେ ବିଜେପି ନେତା ଗିରଫ

ଲକ୍ଷ୍ନୌ: କରୋନା ଯୋଗୁଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ କ୍ରିକେଟ୍‌ ଖେଳ ଆୟୋଜନ କରି ଗିରଫ ହୋଇଛନ୍ତି ବିଜେପି ନେତା। ତାଙ୍କ ସହ ଆଉ ୧୯ ଜଣଙ୍କୁ ମଧ୍ୟ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଛି।

ବାରବାଙ୍କୀ ଜିଲ୍ଲାର ଟିକାଏତନଗରରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ଖବର ପାଇ ଆଜି ସକାଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ ଖେଳ ବନ୍ଦ କରିବା ସହ ଖେଳ ପଛର ମୁଖ୍ୟ କାର୍ପଟଦାର ସ୍ଥାନୀୟ ବିଜେପି ନେତା ସୁଧୀର ସିଂହଙ୍କ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରିଛି। ୨୦ ଜରଙ୍କ ମଧ୍ୟରେ ସୁଧୀର ସିଂହଙ୍କ କିଛି ପରିବାର ସଦସ୍ୟ ଓ ଅନ୍ୟ ଗ୍ରାମବାସୀ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ୨ଟି ସଂଗୀନ ଦଫାରେ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି ବାରବାଙ୍କୀ ଏସ୍‌ପି ଅରବିନ୍ଦ ଚତୁର୍ବେଦୀ।

ବର୍ତ୍ତମାନ ଉତ୍ତରପ୍ରଦେଶରେ ୧୧ଟି କରୋନା-ମୁକ୍ତ ଜିଲ୍ଲା ମଧ୍ୟରୁ ବାରବାଙ୍କୀ ଅନ୍ୟତମ। ଏହି ଜିଲ୍ଲାର ଏକମାତ୍ର କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି।

Comments are closed.