Odisha Link
Bridging the Missing Links in Odisha

ମନ୍ଦିର ଭିତରେ ଦୁଇ ସାଧୁଙ୍କୁ ହତ୍ୟା

ବୁଲନ୍ଦସହର: ମହାରାଷ୍ଟ୍ରର ପାଲଘର ଠାରେ ସଂଘଟିତ ନାରକୀୟ ହିଡ଼ହିଂସାରେ ଦୁଇ ସାଧୁଙ୍କ ମୃତ୍ୟୁ ଖବର ମନରୁ ନ ଲିଭୁଣୁ ଉତ୍ତର ପ୍ରଦେଶରେ ପୁଣି ୨ ଜଣ ହିନ୍ଦୁ ସାଧୁଙ୍କ ହତ୍ୟାଘଟଣା ସାମନାକୁ ଆସିଛି। ସ୍ଥାନୀୟ ଏକ ମନ୍ଦିରରେ ଗତକାଲି ରାତିରେ ଜଣେ ଚୋର ଦ୍ବାରା ହତ୍ୟାର ଶିକାର ହୋଇଛନ୍ତି ଦୁଇ ସାଧୁ।

ଆଜି ସକାଳୁ ଘଟଣା ବାବଦରେ ଜଣାପଡ଼ିବା ପରେ ପୁଲିସ ଅଭିଯୁକ୍ତ ରାଜୁ ଓ ରଫ ମୁରାଇକୁ ଗିରଫ କରିଛି। ମନ୍ଦୀର ଭିତରେ ରହୁଥିବା ସାଧୁ ଦ୍ବୟଙ୍କର ବୟସ ୫୨ ଓ ୩୫। ରାଜୁ ପୁଲିସ ପାଖରେ ସ୍ବୀକାର କରିଛି ଯେ କହିଛି ଯେ ସେ ଭାଙ୍ଗ ଖାଇ ମନ୍ଦିର ଭିତରକୁ ଯାଇଥିଲା ଓ ଦୁଇ ସାଧୁଙ୍କୁ ଏକ ଖଣ୍ଡାରେ ହାଣି ହତ୍ୟା କରିଥିଲା। ଈଶ୍ବରଙ୍କ ନିର୍ଦ୍ଦେଶରେ ସେ ଏମିତି କରିଥିବା କହିଛି ରାଜୁ।

ଏ ହତ୍ୟାକାଣ୍ଟ ପଛରେ କୌଣସି ସାଂପ୍ରଦାୟିକ କାରଣ ନାହିଁ ବୋଲି ଉତ୍ତରପ୍ରଦେଶ ପୁଲିସ ସ୍ପଷ୍ଟ କରିଛି। ପୂର୍ବରୁ ଦଳିତ ଜାତିର ରାଜୁ ମନ୍ଦିର ଭିତରେ ପଶି ଏକ ଚିମୁଟା ନେଇ ଯାଇଥିବାରୁ ଦୁଇ ସାଧୁଙ୍କ ଠାରୁ ଗାଳି ଶୁଣିଥିଲା ଓ ଲୋକଙ୍କ ଦ୍ବାରା ଦୁର୍ବ୍ୟବହାରର ଶିକାର ହୋଇଥିଲା ବୋଲି ପୁଲିସ କହିଛି। ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ରାଜୁକୁ ଭାଙ୍ଗ ନଶାରେ ପଡ଼ିଥିବାର ଦେଖିଥିଲେ ଓ ପୁଲିସକୁ ଖବର ଦେଇଥିଲେ।

ଏହି ହତ୍ୟାକାଣ୍ଡ ଉପରେ ଏକ ରିପୋର୍ଟ ତଲବ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Comments are closed.