୩ କରୋନା ରୋଗୀଙ୍କୁ ନେଇ ଆସୁଥିବା ଆମ୍ବୁଲାନ୍ସ ଓଲଟିଲା

କଟକ: ଯାଜପୁରରୁ ୩ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱର ଆସୁଥିବା ବେଳେ କଟକ ଠାରେ ଜାତୀୟ ରାଜପଥ ୧୬ ଉପରେ ଓଲଟି ପଡ଼ିଛି ଆମ୍ବୁଲାନ୍ସ। ପାଞ୍ଚଟି ଆମ୍ବୁଲାନ୍ସରେ ପ୍ରାୟ ୧୪ ଜଣ ରୋଗୀ ଆସୁଥିଲେ। ସେଥିରୁ ଗୋଟିଏ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଆକ୍ରାନ୍ତ ଥିଲେ ଯାହା କଟକ ଠାରେ ଦୁର୍ଘଟଣାର ଶିକାର ହୋଇଛି।
ଖବର ପାଇ ତୁରନ୍ତ ଚାଉଳିଆଗଞ୍ଚ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆମ୍ବୁଲାନ୍ସଟିଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡୁଛି। ଅନ୍ୟ ଏକ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀମାନଙ୍କୁ ଭୁବନେଶ୍ବର ପଠାଯାଇଛି।