Odisha Link
Bridging the Missing Links in Odisha

ସୁରତ ଫେରନ୍ତାଙ୍କୁ କରୋନା: ୫ ଦିନରେ ୨୯ ଆକ୍ରାନ୍ତ

ଭୁବନେଶ୍ବର: ଏବେ ମାତ୍ର ୩୦-୪୦ ହଜାର ଓଡ଼ିଆ ସୁରତରୁ ଫେରିଛନ୍ତି। ଆଗକୁ ୫ ଲକ୍ଷ ବା ତହିଁରୁ ଅଧିକ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବାର ସମ୍ଭାବନା ରହିଛି। ତେବେ ସୁରତ ଫେରନ୍ତା ବ୍ୟକ୍ତିଙ୍କ ଠାରେ ଯେଉଁ ହାରରେ କରୋନା ସଂକ୍ରମଣ ଠାବ ହୋଇଛି ତାହା ପୂର୍ବରୁ ଜମାତୀ ମର୍କାଜ୍‌ ଫେରନ୍ତା ଓ କୋଲାକାତା ଫେରନ୍ତା କରୋନା ଆକ୍ରାନ୍ତ ହାରକୁ ବଳିଯାଇଛି। ମାତ୍ର ୫ ଦିନ ମଧ୍ୟରେ ରାଜ୍ୟର ୪ ଜିଲ୍ଲାରେ ୨୯ ଜଣ ସୁରତ ଫେରନ୍ତା କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଦିନରେ ୨୦ ଜଣ ରୋଗୀ ଠାବ ହୋଇଛନ୍ତି।

ମେ ୩ ତାରିଖରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିବା ବେଳେ ସେହି ଜିଲ୍ଲାରୁ ମେ ୫ ଓ ୬ ତାରିଖରେ ଆଉ ଦୁଇଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ମେ ୫ରେ କଟକ ଜିଲ୍ଲା ତିଗିରିଆରେ ଜଣେ ସୁରତ ଫେରନ୍ତା ଓ ମେ ୬ ତାରିଖରେ ଜଗତସିଂହପୁର ଜିଲ୍ଲାରେ ୪ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି। ଆଜି (ମେ ୭) ସକାଳୁ ସକାଳୁ ମିଳିଥିବା ରିପୋର୍ଟ ଅନୁସାରେ ଗଂଜାମରେ ଆଉ ୧୭ ଜଣ ଓ ମୟୁରଭଞ୍ଜରେ ୩ ଜଣ ସୁରତ ଫେରନ୍ତା କୋଭିହ୍-୧୯ ଆକ୍ରାନ୍ତ।

ଆଜି ସୁଦ୍ଧା କଟକରେ ୧, ମୟୁରଭଞ୍ଜରେ ୩ ଜଣ, ଜଗତସିଂହପୁରରେ ୪ ଜଣ ଓ ଗଞ୍ଜାମରେ ସର୍ବାଧିକ ୨୧ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି। ସମସ୍ତେ ସୁରତରୁ ଫେରି ସଙ୍ଗରୋଧ (Quarantine) କେନ୍ଦ୍ରରେ ରହୁଥିଲେ।

ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି।

Comments are closed.