ରାଜଧାନୀକୁ ଲେଉଟିଲା କରୋନା, ରାଜ୍ୟରେ ଦିନକରେ ୩୪ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀକୁ ପୁଣି କରୋନା ଫେରିଛି। ଭୁବନେଶ୍ବରରେ ୩ ଜଣ ନୂଆ ଆକ୍ରାନ୍ତ ଠାବ ହୋଇଥିବା ବେଳେ ରାଜ୍ୟରେ ଆଜି ଗୋଟିଏ ଦିନରେ ୩୪ ଜଣ କରୋନା ପଜିଟିଭ୍ ଠାବ ହେବା ଚିନ୍ତାଜନକ ସ୍ଥିତି ଠିଆ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ ଥିବା ବେଳେ ଆଜି ଏହା ୨୧୯ରେ ପହଞ୍ଚିଛି।
ଆଜି ଭୁବନେଶ୍ବରରେ ୩, ମୟୁରଭଞ୍ଜରେ ୪, ବାଲେଶ୍ବରରେ ୨, ଜଗତସିଂହପୁରରେ ୧ ଓ ଗଞ୍ଜାମରେ ସର୍ବାଧିକ ୨୪ ଜଣ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣ ଗୁଜରାଟ ଫେରନ୍ତା ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।