Odisha Link
Bridging the Missing Links in Odisha

କରୋନା କବଳରେ ପୋଲିସ୍‌ କର୍ମଚାରୀ

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଅପରପକ୍ଷେ ଆଜି ପ୍ରଥମ କରି ପୋଲିସ କର୍ମୀଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ଭୁବନେଶ୍ୱରରେ ଜଣେ ପୋଲିସ‌ କର୍ମଚାରୀଙ୍କ ଠାରେ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏ ନେଇ କମିସନରଟେ ପୋଲିସ ଟ୍ୱିଟ୍ କରି ସୂଚନା ଦେଇଛି।

ସଂପୃକ୍ତ କର୍ମଚାରୀ ଛୁଟିରେ ଯାଇଥିଲେ। ଛୁଟିରୁ ଫେରିବା ପରେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ତାଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡ଼ିଥିଲା। ସଂପୃକ୍ତ ୩୬ ବର୍ଷୀୟ ପୁଲିସ୍‌ କର୍ମଚାରୀଙ୍କର କୌଣସି ପ୍ରକାର ଲକ୍ଷଣ ନଥିଲା। ବାହାର ରାଜ୍ୟର ଶ୍ରମିକଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହା ପରେ ଭୁବନେଶ୍ୱର କଟକ ଟ୍ୱିନସିଟିର ସମସ୍ତ ପୋଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.