Odisha Link
Bridging the Missing Links in Odisha

କେହି ଭ୍ରମରେ ରୁହନ୍ତୁ ନାହିଁ, ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ: ମୋଦି

ନୂଆଦିଲ୍ଲୀ: ଭାରତ- ଚୀନ ସାମ୍ପ୍ରତିକ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି। ଗଲଓ୍ବାନ ଘାଟିରେ ହୋଇଥିବା ସଂଘର୍ଷର ୩୬ ଘଣ୍ଟା ପରେ ପିଏମ୍‌ ମୋଦି ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଦେଶର ଅଖଣ୍ଡତା ସହ କେବେ ହେଲେ ବୁଝାମଣା କରିବନି ଭାରତ। ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି ବୋଲି ମୋଦି କହିଛନ୍ତି। ଆହୁରି ସେ କହିଛନ୍ତି ଯେ ଶାନ୍ତି ଚାହୁଁ କିନ୍ତୁ ଉସୁକାଇଲେ ତାର ଉଚିତ୍‌ ଜବାବ ଦେବୁ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଆଲୋଚନା ପୂର୍ବରୁ ଶହୀଦ ହୋଇଥିବା ଯବାନଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରିଛନ୍ତି ମୋଦି। ବୈଠକରେ ମଧ୍ୟ ଯବାନଙ୍କ କଥା କହିଛନ୍ତି ମୋଦି। ଉସୁକାଇଲେ ଭାରତ ଯଥୋଚିତ ଜବାବ ଦେବାକୁ ସକ୍ଷମ ରହିଛି । ଏନେଇ କାହା ମନରେ ଭ୍ରମ କିମ୍ବା ସନ୍ଦେହ ନରହୁ ବୋଲି ମୋଦି କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଗତକାଲି ଭାରତ-ଚୀନ୍ ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ।

ସୂଚନାଥାଉକି, ଭାରତ-ଚୀନ ବିବାଦ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ଜୁନ୍‌ ୧୯ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି।

Comments are closed.