Odisha Link
Bridging the Missing Links in Odisha

ସୁପ୍ରସିଦ୍ଧ ଅଭିନେତା ଅନୁପମ ଖେର୍‌ଙ୍କ ମା’ କରୋନା ପଜିଟିଭ୍‌

ମୁମ୍ୱାଇ: ବଲିଉଡ ଅଭିନେତା ବିଗ ବି ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ପରେ ସୁପ୍ରସିଦ୍ଧ ଅଭିନେତା ଅନୁପମ ଖେର୍‌ଙ୍କ ମାଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ଭାଇ, ଭାଉଜ ଓ ଝିଆରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜ ଟ୍ୱିଟ୍‌ର ପେଜ୍‌ରେ ସୂଚନା ଦେଇଛନ୍ତି।

ସମସ୍ତଙ୍କୁ କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କଠାରେ ସାମାନ୍ୟ କରୋନା ଲକ୍ଷଣ ଦେଖାଦେଇଥିବା ନେଇ ସୂଚନା ଦେଇଛନ୍ତି ଅନୁପମ। ତେବେ ଅନୁପମଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଖବର ସେ ନିଜେ ସୂଚନା ଦେଇଛନ୍ତି।

ଅନୁପମ ଟୁଇଟ କରି ଲେଖିଛନ୍ତି ଯେ, ମୋ ମା’ ଦୁଲାରୀ ଦେବୀ ସାମାନ୍ୟ ଲକ୍ଷଣ ସହ କରୋନା ଆକ୍ରାନ୍ତ ହୋଇଛନ୍ତି। ଆମେ ତାଙ୍କୁ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରିଛୁ। ମୋର ଭାଇ, ଭାଉଜ ଏବଂ ଝିଆରୀ ମଧ୍ୟ ସାମାନ୍ୟ ଲକ୍ଷଣ ସହ କରୋନା ଆକ୍ରାନ୍ତ ହୋଇଛନ୍ତି। ମୁଁ ମଧ୍ୟ ନିଜର ପରୀକ୍ଷା କରାଇଥିଲି, କିନ୍ତୁ ମୋ ରିପୋର୍ଟ ନେଗେଟିଭ ଆସିଛି। ଏ ନେଇ ବିଏମସିକୁ ସୂଚିତ କରାଯାଇଛି।

Comments are closed.