Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଭୁବନେଶ୍ବର: ମହାମାରୀ କରୋନା ଭାଇରସ୍, ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ମଧ୍ୟରେ ଆଜି ପ୍ରକାଶିତ ହେବ ମାଟ୍ରିକ୍‌ ରେଜଲ୍ଟ। ଆଉ କିଛି ସମୟ ପରେ ଭିଡିଓ କନଫରେନସିଂ ଜରିଆରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ପୂର୍ବାହ୍ନ ସାଢ଼େ ୧୧ଟାରେ ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷା ଫଳ ଜାଣି ପାରିବେ।

ପୂର୍ବାହ୍ନ ୧୧ଟା ୩୦ରେ ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀ ‘www.bseodisha.ac.in’ ଓ ‘www.bseodisha.nic.in’ ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ରେଜଲ୍ଟ ଜାଣିପାରିବେ। ସେହିପରି ୫୬୭୬୭୫୦ ନମ୍ବରରେ ନାମ ଓ ରୋଲ ନମ୍ବର ଲେଖି ପଠାଇଲେ ଏସ୍‌ଏମଏସ୍‌ ମାଧ୍ୟମରେ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୫ଲକ୍ଷ ୬୦ ହଜାର ବିଦ୍ୟାର୍ଥି ପରୀକ୍ଷା ଦେଇଛନ୍ତି। ଚଳିତ ବର୍ଷ ମୋଟ ୬୦ଟି କେନ୍ଦ୍ରରେ ମୂଲ୍ୟାଙ୍କନ ହୋଇଥିଲା।

Comments are closed.