Odisha Link
Bridging the Missing Links in Odisha

ଟ୍ରକ୍‌ ଧକ୍କାରେ ପୋଲ ତଳକୁ ଖସିଲା ଡମ୍ଫର, ଜଣେ ମୃତ

ଜଳେଶ୍ବର: ଟ୍ରକ୍‌ ଧକ୍କାରେ ପୋଲ ତଳକୁ ଖସିଲା ଡମ୍ଫର। ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ବାଲି ବୋଝେଇ ଡମ୍ଫରକୁ ଟ୍ରକ୍‌ ପଛପଟୁ ଧକ୍କା ଦେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ବାଏପାସ ନିକଟସ୍ଥ ପୋଲ ଉପରେ ବାଲି ବୋଝେଇ ଡମ୍ଫରଟିକୁ ଟ୍ରକ୍ ଧକ୍କା ଦେବା ଫଳରେ ଡମ୍ଫରଟି ୨୫ଫୁଟ ପୋଲ ତଳକୁ ଖସିପଡ଼ିଥିଲା। ଘଟଣାସ୍ଥଳରୁ ଡମ୍ଫର ଡ୍ରାଇଭରଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିଲା ବେଳେ ତାଙ୍କର ମୃତ୍ୟୁ ହୋଇଛି ଏବଂଟ୍ରକ୍ ଡ୍ରାଇଭର ଗୁରୁତର ହୋଇଛନ୍ତି। ମୃତ ଏବଂ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ। ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Comments are closed.