Odisha Link
Bridging the Missing Links in Odisha

ସିଏସ୍‌କେକୁ ଝଟକା: ରାଇନାଙ୍କ ପରେ ଆଇପିଏଲ୍‌ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ: ଆଇପିଏଲ୍ ଆରମ୍ଭ ହେବାକୁଆଉ ଅଳ୍ପ ଦିନ ଥିବା ବେଳେ ସିଏସ୍‌କେକୁ ଆଇ ଏକ ଝଟକା। ଚେନ୍ନାଇ ସୁପର କିଙ୍ଗ୍ସର ଗୋଟିଏ ପରେ ଗୋଟିଏ ଖେଳାଳି ଆଇପିଏଲର ଚଳିତ ସିଜନ୍ରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ସୁରେଶ ରାଇନା ଓହରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏବେ ଚେନ୍ନାଇ ସୁପର କିଙ୍ଗ୍ସର ଭେଟେରାନ ବୋଲର ହରଭଜନ ସିଂଙ୍କୁ ମଧ୍ୟ ଆଇପିଏଲର ୧୩ତମ ସିଜିନରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ହରଭଜନ ଏହି ସିଜିନରେ ନିଜକୁ ଦୂରେଇ ରଖିଛନ୍ତି।

ଚେନ୍ନାଇ ସୁପର କିଙ୍ଗ୍ସରେ ଉଭୟ ରୈନା ଏବଂ ହରଭଜନଙ୍କ ଅନୁପସ୍ଥିତି ଦଳର ସମସ୍ୟା ବଢ଼ାଇବ। ସୁରେଶ ରୈନା ଦଳର ନିୟମିତ ନମ୍ବର ତିନି ବ୍ୟାଟ୍ସମ୍ୟାନ୍ ଏବଂ ତାଙ୍କୁ ମିଷ୍ଟର ଆଇପିଏଲ୍ କୁହାଯାଏ। ଏଥି ସହିତ ହରଭଜନ ସିଂ ଦଳର ଅନ୍ୟତମ ତାରକା ଖେଳାଳି ଅଟନ୍ତି। ଗତ ସିଜନରେ ହରଭଜନ ୧୬ ୱିକେଟ୍ ନେଇଥିଲେ ଏବଂ ପରପଲ୍ କ୍ୟାପ୍ ରେସରେ ସାମିଲ ହୋଇଥିଲେ। ଆଇପିଏଲ୍ ଇତିହାସରେ ସର୍ବାଧିକ ୱିକେଟ୍ ନେଇ ହରଭଜନ ତୃତୀୟ ସ୍ଥାନରେ ଅଛନ୍ତି। ସୂଚନାଯୋଗ୍ୟ, ଏଥର ୟୁଏଇର ତିନୋଟି ଭିନ୍ନ ସ୍ଥାନରେ ଏକ ଖାଲି ଷ୍ଟାଡିୟମରେ ଆଇପିଏଲ୍ ଖେଳାଯିବ। ସେପ୍ଟେମ୍ବର ୧୯ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ଲିଗରେ ସଂକ୍ରମଣକୁ ରୋକିବା ପାଇଁ ଅନେକ ସତର୍କତା ଅବଲମ୍ବନ କରାଯାଉଛି।

Comments are closed.