Odisha Link
Bridging the Missing Links in Odisha
Daily Archives

September 9, 2020

ଭାରତରେ ବନ୍ଦ ହେବନି କୋଭିସିଲ୍‌ଡ ଟୀକା…

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରତିହତ କରିବା ପାଇଁ ଟୀକା ପରୀକ୍ଷଣ ଜାରି ରହିଛି। ୟୁରୋପୀୟ କମ୍ପାନୀ ଏହାର ଶେଷ ପର୍ଯ୍ୟାୟ ଟିକା ପରୀକ୍ଷଣ କରୁଥିବେ ବେଳେ ଏବେ ପ୍ରତିବନ୍ଧକ ଲାଗାଇଛି। ଶେଷ ପର୍ଯ୍ୟାୟ ମାନବ ପରୀକ୍ଷଣ ସମୟରେ ଜଣେ ବ୍ୟକ୍ତି ଅସୁସ୍ଥ ହୋଇପଡିଥିବାରୁ ଟିକା ପରୀକ୍ଷଣ ସ୍ଥଗିତ ରଖାଯାଇଛି।…

କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର…

ନବରଙ୍ଗପୁର: କରୋନା ଆକ୍ରାନ୍ତ ହେଲେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ। ବିଧାୟକଙ୍କ ପତ୍ନୀ ମଧ୍ୟ କରୋନା ଆକ୍ରାନ୍ତ ‌ହୋଇଥିବା ଜଣା ପଡ଼ିଛି। ଏ ନେଇ ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସବୁକ ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ବିଧାୟକ ସଦାଶିବ ପ୍ରଧାନୀ ନିଜ ଫେସ୍ବୁକ୍‌ ପୋଷ୍ଟରେ କହିଛନ୍ତି ଯେ,…

ମୁମ୍ବାଇ ପହଞ୍ଚିଲେ କଙ୍ଗନା, ଶିବସେନାର…

ମୁମ୍ବାଇ: ମୁମ୍ବାଇ ପହଞ୍ଚିଲେ ଅଭିନେତ୍ରୀ କଙ୍ଗନା ରଣାୱତ। ଶିବସେନାର ଧମକ ଓ କେନ୍ଦ୍ର ସରକାରଙ୍କର କଙ୍ଗନାଙ୍କୁ y+ ସୁରକ୍ଷା ପରେ କଙ୍ଗନାଙ୍କୁ ନେଇ ଆଲୋଚନା ଜୋର ଧରିଛି। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି କଙ୍ଗନା। ତେବେ ମୁମ୍ୱାଇ ବିମାନ ବନ୍ଦରରେ…

ନିଟ୍‌ ପରୀକ୍ଷା ସ୍ଥଗିତ ଯାଚିକାକୁ ଖାରଜ…

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୩ରେ ହେବାକୁ ଥିବା ନିଟ୍ ପରୀକ୍ଷା ସ୍ଥଗିତ ରଖିବା ଯାଚିକା ଉପରେ ଶୁଣାଣି କରିବାକୁ ଆଜି ମନା କରିଛନ୍ତି ସୁପ୍ରିମକୋର୍ଟ। ନିଟ୍‌ ପରୀକ୍ଷା ସ୍ଥଗିତ ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ଦେଶରେ ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା ଜେଇଇ ମେନ୍ ସଫଳତା ପୂର୍ବକ ଶେଷ ହେବା ପରେ…

ଚାଉଳ ପାଇଁ ଯାଇଥିବା ସ୍ତ୍ରୀକୁ ମାଡ଼…

ଭଦ୍ରକ: ଚାଉଳ ଆଣିବା ପାଇଁ ଯିବା ବେଳେ ସ୍ତ୍ରୀ ଙ୍କୁ ମାଡ଼ ମାରିଲା ସ୍ୱାମୀ। ସ୍ତ୍ରୀ ଗୁରୁତର ଅବସ୍ଥାରେ ରେ ମେଡିକାଲ ରେ ଭର୍ତ୍ତି ହୋଇଥିବା ବେଳେ ସ୍ୱାମୀ ଫେରାର ହୋଇଯାଇଛନ୍ତି। ଥାନା ରେ ଲିଖିତ ଏତଲା ମଧ୍ୟ ହୋଇଛି। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଗ୍ରାମଞ୍ଚଳ ଥାନା ସାବରଙ୍ଗ ଫାଣ୍ଡି ଅଧିନସ୍ଥ…

କଙ୍ଗନା‌ଙ୍କ ଅଫିସ୍‌ ଭାଙ୍ଗିବା ବନ୍ଦ…

ନୂଆଦିଲ୍ଲୀ: କଙ୍ଗନା‌ଙ୍କ ମଣିକର୍ଣ୍ଣିକା କୋଠାକୁ ଭାଙ୍ଗିଛି ବିଏମସି। କଙ୍ଗନା ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ବିଏମସି ତାଙ୍କ ଅଫିସରେ ନୋଟିସ ଲଗାଇଥିଲା। ବିଏମସି ବାନ୍ଦ୍ରା ୱେଷ୍ଟ ପାଲି ହିଲ୍ ରୋଡରେ ଥିବା କଙ୍ଗନାଙ୍କ ଅଫିସରେ ହୋଇଥିବା ବେଆଇନ୍ ନିର୍ମାଣକୁ ଭାଙ୍ଗି ଦେଇଛି। ସ୍ଥାନୀୟ ପ୍ରଶାସନ ଜେସିବି…

ପୁଣି ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଆସୁଛି ଲଘୁଚାପ। ୧୩ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପ୍ରଭାବରେ ରାଜ୍ୟରେ ବର୍ଷା…

ଏନକାଉଣ୍ଟରରେ ୪ ମାଓବାଦୀ ମୃତ

ଭବାନୀପାଟଣା: ପୋଲିସ ଏନକାଉଣ୍ଟରରେ ୪ ମାଓବାଦୀ ମୃତ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଏସପି ଏନେଇ ସୂଚନା ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ସୀମା ଭଣ୍ଡରଙ୍ଗି ସିର୍କି ଜଙ୍ଗଲରେ ଏନକାଉଣ୍ଟର କରାଯାଇଥିଲା। ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଓ କନ୍ଧମାଳ ସୀମାଞ୍ଚଳରେ ମାଓବାଦୀଙ୍କ ତାଣ୍ଡବଲୀଳା ବହୁ…

ରାଫେଲ୍‌ର ପ୍ରବେଶ ଉତ୍ସବ‌ରେ ଯୋଗ ଦେବେ…

ନୂଆଦିଲ୍ଲୀ: ଭାରତୀୟ ‌ବାୟୁସେନାର ପ୍ରଥମ ବ୍ୟାଚ୍‌ ରାଫେଲ୍ ଜେଟ୍‌ର ଆନୁଷ୍ଠାନିକ ପ୍ରବେଶ ଉତ୍ସବରେ ଯୋଗ ଦେବେ ଫ୍ରାନ୍ସ୍‌ର ପ୍ରତିରକ୍ଷା ମନ୍ତ୍ରୀ। ସେପ୍ଟେମ୍ବର ୧୦ ତାରିଖ ଦିନ ସରକାରୀ ଗସ୍ତରେ ଭାରତ ଆସିବେ ନିମନ୍ତେ ଫ୍ରାନ୍ସ୍‌ର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ୍‌ ପାର୍ଲି। ଭାରତ ଗସ୍ତ ସମୟରେ ସେ…

କରୋନା ନେଲାଣି ୫ ସେବାୟତଙ୍କ ମୁ‌ଣ୍ଡ

ପୁରୀ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା। ରଥଯାତ୍ରା ସମୟ ଓ ପରେ ସୁରକ୍ଷିତ ଥିବା ସେବକ ସମାଜ ହଠାତ୍‌ ଏବେ କ‌ରୋନା କବଳିତ ହୋଇପଡ଼ିଛନ୍ତି। ସେବକଙ୍କ ଘରେ ଘରେ ଏବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୧୫ ଦିନ ଭିତରେ ପ୍ରାୟ ୨ ଶହରୁ ଅଧିକ ସେବକ କରୋନା ଚିହ୍ନଟ ହୋଇଥିବା ଜଣାପଡ଼ିଛି।…