Odisha Link
Bridging the Missing Links in Odisha

ନିଟ୍ ବିରୋଧରେ ଅଭିନେତା ସୂର୍ଯ୍ୟା

ଚେନ୍ନାଇ : ତାମିଲ ସିନେମା ସିଂଘମର ଅଭିନେତା ସୂର୍ଯ୍ୟା ନିଟ୍ ବିରୋଦ୍ଧରେ ସ୍ବର ଉଠାଇଛନ୍ତି । ସେ କହିଛନ୍ତି , ଅଦାଲତର ସବୁ କାମ ଅନଲାଇନ ମାଧ୍ୟମରେ ହେଉଛି କିନ୍ତୁ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ କୁହାଗଲା।

ତାଙ୍କର ଏଭଳି ବୟାନକୁ ଅନେକ ଆଇନ ଜୀବି ବିରୋଦ୍ଧ କରିଛନ୍ତି । ଜଣେ ନ୍ୟାୟଧୀଶ କହିଛନ୍ତି, ଅଦାଲତ ଅବମାନନା କରିଥିବାରୁ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଏହା ସହ ପୂର୍ବତନ ଛଅ ଜଣ ନ୍ୟାୟଧୀଶ ମଧ୍ୟ ଅଭିନେତାଙ୍କ ବୟାନକୁ ବିରୋଧ କରିଛନ୍ତି। ତାମିଲନାଡୁ ଆଡଭୋକେଟ ଆସୋସେନ୍ ନ୍ୟାୟଧୀଶଙ୍କ ସମର୍ଥନ କରିବା ସହ ଅଭିନେତାଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।
ସୂର୍ଯ୍ୟା ସମାଜ ସହ ନିଟ୍ ପରୀକ୍ଷା ବିରୋଧରେ ଏକଜୁଟ୍ ହେବା ସହ ଗରିବ ପରୀକ୍ଷାର୍ଥୀଙ୍କ ଡାକ୍ତର ହେବା ସ୍ବପ୍ନକୁ କଥିତ ଭାବେ ଭାଙ୍ଗି ଦିଆଯାଉଛି ବୋଲି କହିଥିଲେ।

ସେପ୍ଟେମ୍ବର ୧୨ରେ ତିନି ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟାକୁ ଇଙ୍ଗିତ କରି ସୂର୍ଯ୍ୟା କହିଛନ୍ତି, ‘ଯଦି ଆମେ ଏବେଠୁ ସତର୍କ ନ ହେବା ତେବେ ବାରମ୍ବାର ଏଭଳି ଘଟଣା ଘଟିବ।

ନିର୍ଦୋଷ ପରୀକ୍ଷାର୍ଥୀଙ୍କ ମୃତ୍ୟୁକୁ ଦେଖି ମୂକଦର୍ଶକ ସାଜିବ ଠିକ୍ ନୁହେଁ। ଅଦାଲତ ଭିଡିଓ କନଫରେନ୍ସି ଜରିଆରେ ନ୍ୟାୟ ଦେଉଛନ୍ତି କିନ୍ତୁ ପରୀକ୍ଷାର୍ଥୀଙ୍କୁ ଭୟଭୀତ ନ ହୋଇ ପରୀକ୍ଷା ଦେବାକୁ ଆଦେଶ ଦେଉଛନ୍ତି।’’

Comments are closed.