Odisha Link
Bridging the Missing Links in Odisha

ନଭେମ୍ବର ସୁଦ୍ଧା ଉପଲବ୍ଧ ହେବ ଚୀନର କରୋନା ଟିକା

ଚୀନ: ଚୀନ ଏବେ କରୋନା ଟିକା ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଚୀନରେ ବିକଶିତ କରୋନା ଟିକା ଆସନ୍ତା ନଭେମ୍ବରରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ। କରୋନା ଟିକା ସର୍ବସାଧାରଣଙ୍କ ସେବନ ପାଇଁ ଉପଲବ୍ଧ ହେବ ବୋଲି ଚୀନ ସରକାର ଦାବି କରିଛନ୍ତି।

ଚୀନର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି)ର ମୁଖ୍ୟ ଗୁଜେନ ୟୁ କହିଛନ୍ତି ଯେ, ଏବେ ଚୀନରେ ୪ଟି ଟିକାର ବିକାଶ କରାଯାଉଛି। ସେଗୁଡ଼ିକ ଏବେ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ସ୍ତରରେ ରହିଛନ୍ତି। ଏହି ଟିକା ଗୁଡ଼ିକର ଫଳାଫଳ ସନ୍ତୋଷଜନକ ରହିଛି। ଏବେ ଟିକାକୁ ଜରୁରୀକାଳୀନ ସେବା କରୁଥିବା କର୍ମଚାରୀମାନଙ୍କୁ ଦିଆଯାଇଛି। ଆଗାମୀ ନଭେମ୍ବର ସୁଦ୍ଧା ଟିକାକୁ ସାଧାରଣ ଲୋକଙ୍କୁ ଦିଆଯିବ।

Comments are closed.