Odisha Link
Bridging the Missing Links in Odisha

ୟୁଟୁବରେ ଧୁମ ମଚାଉଛନ୍ତି କିଆରା, ଆଉ କହିଲେ…

ନୂଆଦିଲ୍ଲୀ :  କିଆରା ଆଡଭାନୀଙ୍କ ଆଗାମୀ ସିନେମା ଇଣ୍ଡୋ କି ଜୱାନୀଙ୍କ ପ୍ରଥମ ଗୀତ ବୁଧବାର ରିଲିଜ ହୋଇଛି ଏବଂ ଏହା ବର୍ତ୍ତମାନ ଟ୍ରେଣ୍ଡରେ ରହିଛି । ହସିନା ପାଗଲ ଦେୱାନୀ ନାମକ ଏହି ଗୀତଟି ସିନେମାରୁ ମୁକ୍ତିଲାଭ କରିଥିବା ପ୍ରଥମ ଟ୍ରାକ ଅଟେ । ଏଥିରେ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସହ ସିନେମାର ମୁଖ୍ୟ ଭୂମିକାରେ ଆଦିତ୍ୟ ସିଲ ଅଭିନୟ କରିଛନ୍ତି।

ଭିଡ଼ିଓରେ ଦେଖିବାକୁ ମିଳିଛି କିଆରା ତାଙ୍କ ହୃଦୟରୁ ନାଚୁଛନ୍ତି, ଲୋକମାନେ ତାଙ୍କ ବିଷୟରେ କ’ଣ ଭାବନ୍ତି ଏବଂ ତାଙ୍କୁ କିପରି ଭାବରେ ଅନୁଭବ କରନ୍ତି । ଆଦିତ୍ୟ ସିଲ୍, ଯିଏ ପ୍ରଥମେ ଡ୍ୟାନ୍ସ ଫ୍ଲୋରରେ ଯୋଗଦେବାକୁ ଅନିଚ୍ଛା ପ୍ରକାଶ କରନ୍ତି,କିନ୍ତୁ ପରେ କିଆରଙ୍କ ସହ ଯୋଗ ଦିଅନ୍ତି।

ଗୀତଟିରେ ମିକା ସିଂ ଏବଂ ଆସିସ୍ କପୁରନିଜର କଣ୍ଠ ଦାନକରଛନ୍ତି । ଗୀତକୁ ଶବବୀର ଅହମ୍ମଦ ଲେଖିଛନ୍ତି । ଏହା ମିକା ସିଂଙ୍କ ସାୱାନ ମେ ଲାଗ ଗାୟ ଆଗର ଏକ ରିମିକ୍ସ ଅଟେ। ଗୀତଟି ରିଲିଜ ହେବା ପୂର୍ବରୁ କିଆରା ଆଡଭାନୀ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି: “ଭଗବାନ କାଲି ସତରେ ମଜା ଆସିଯିବ। ଆପଣ ଜାଣିଛନ୍ତି ଏହା କ’ଣ, ଠିକ୍? ଯଦି ଜଣା ନାହିଁ ତେବେ ଅପେକ୍ଷା କରନ୍ତୁ। ବାସ ଏୟା ଭାବନ୍ତୁ କି ଏକ ହାସିନା ପାଗଳ ଦେୱାନି ହେବାର ଅଛି ..”।

https://www.instagram.com/p/CFOvG2QHQ58/

ସିନେମାଟି ଇଣ୍ଡୋ କି ଜୱାନୀ ଗାଜିଆବାଦର ଇଣ୍ଡୋ ଗୁପ୍ତା ନାମକ ଜଣେ ଦୁର୍ବଳ ଝିଅର କାହାଣୀରେ ଆଧାରିତ । କିପରି ଡେଟିଂ ଆପ୍ସର ସକ୍ରିୟ ଉପଭୋକ୍ତା ହେବା ପରେ, ତାଙ୍କ ଜୀବନ ତ୍ରୁଟିର କମେଡି ଆଡକୁ ଯାଏ ତାହା ସିନେମାରେ ଦେଖିବାକୁ ମିଳିବ । ସିନେମାଟିକୁ ଅବୀର ସେନଗୁପ୍ତା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏହାକୁ ମୋନିଶା ଆଡଭାନୀ, ମଧୁ ଭୋଜୱାନି, ନିଖିଲ ଆଡଭାନୀ, ନିରଂଜନ ଏବଂ ରିଆନ ଷ୍ଟିଫେନ ପ୍ରଯୋଜନା ଦେଇଛନ୍ତି। ହାସ୍ୟ ଅଭିନେତା ମଲ୍ଲିକା ଦୁଆ ଏହି ସିନେମାରେ ଦେଖିବାକୁ ମିଳିବ।

ଏହାପୂର୍ବରୁ ଇଣ୍ଡୋ କି ଜବାନୀ ଜୁନ୍୫ରେ ରିଲିଜ୍ ହେବାର ଯୋଜନା ଥିଲା କିନ୍ତୁ ହୋଇପାରି ନଥିଲା ବର୍ତ୍ମାନ ସିନେମାର ନୂଆ ରିଲିଜ୍ ତାରିଖ ଘୋଷଣା ହୋଇନାହିଁ। ଖବର ଅନୁଯାୟୀ ଏହି ସିନେମାଟି ଡିଜିଟାଲରେ ରିଲିଜ୍ ହୋଇପାରେ।

Comments are closed.