Odisha Link
Bridging the Missing Links in Odisha

ସ୍କୁଲ୍‌ରେ ଆରମ୍ଭ ହେବ କିଚେନ୍ ଗାର୍ଡେନ

ଭୁବନେଶ୍ୱର: ଏଣିକି ସ୍କୁଲରେ ଆରମ୍ଭ ହେବ କିଚେନ୍ ଗାର୍ଡେନ ବ୍ୟବସ୍ଥା। ଭୋଜନ ଯୋଜନା ଅଧୀନରେ ଏହି ଯୋଜନା ଆରମ୍ଭ ହେବ। ଏହି ଯୋଜନା ମୁତାବକ ସ୍କୁଲ ପରିସରରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯିବ। ମଧ୍ୟାହ୍ନ ଭୋଜନରେ ସେହି ପନିପରିବାକୁ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ ହେବ।

କିଚେନ୍ ଗାର୍ଡେନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୪୩ ହଜାର ସ୍କୁଲକୁ ୫ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଛି। କିଚେନ ଗାର୍ଡେନ ପାଇଁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କିଟ୍‍ ପ୍ରଦାନ କରାଯିବ। ବର୍ତ୍ତମାନ କରୋନା ପାଇଁ ସ୍କୁଲ ବନ୍ଦ ରହିଥିବାରୁ କେବଳ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ପରିସରରେ ପରିବା ଚାଷ କରିବେ। ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ। ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରଛାତ୍ରୀଙ୍କୁ କୃଷି ବିଜ୍ଞାନ ପାଇବାକୁ ଏହା ସହାୟକ ହେବ।

Comments are closed.