Odisha Link
Bridging the Missing Links in Odisha

ଝିମିଟି ଖେଳରୁ ମହାଭାରତ,ଗୁପଚୁପ ଖାଇବାକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟ ଗଣ୍ଡଗୋଳ

ରାଉରକେଲା: ଝିମିଟି ଖେଳରୁ ମହାଭାରତ । ଗୁପଚୁପ ଖାଇବାକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟ ଝଗଡ଼ା । ଗୁପଚୁପ ଖାଇବାକୁ ନେଇ ପିଲାଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଶେଷରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିହୋଇଥିଲା । ଜଣଙ୍କୁ ଗୁଳି ମାଡ ଓ ଅନ୍ୟଜଣେ ଖଣ୍ଡା ଆଘାତରେ ଆହତ ହୋଇଛନ୍ତି । ଗୁଳି ମାଡରେ ରୋହିତ ପଟ୍ଟନାୟକ ଓ ଖଣ୍ଡା ମାଡ଼ରେ ରାଜୁ ଚୈଧୁରୀ ଆହତ ହୋଇଛନ୍ତି ।

ଉଦିତନଗରର ଥାନାରେ ଉଭୟ ଗୋଷ୍ଠୀର ଏତଲା ପରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଥିବାରୁ ବ୍ୟାପକ ପୋଲିସ୍ ମୁତୟନ କରାଯାଇଛି ।

Comments are closed.