Odisha Link
Bridging the Missing Links in Odisha

ପୁଣି ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ପୁଣି ଓସିୱାର ପୋଲିସ ଷ୍ଟେସନରେ ପହଞ୍ଚିଲେ ଅଭିନେତ୍ରୀ ପାୟଲ ଘୋଷ। ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ମାମଲାରେ କଶ୍ୟପଙ୍କୁ ଗିରଫ ଦାବିରେ ଅଭିନେତ୍ରୀ ପୁଣି ଥରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ଅନୁରାଗଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରି ସେ ଥାନାରେ ଏତଲା ଦେଇଛନ୍ତି। ୨୦୧୫ରେ ଅନୁରାଗ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସେ ଏତଲା ଦାୟର କରିଛନ୍ତି। କିନ୍ତୁ ପୋଲିସ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଆଜି ପୁଣି ପାୟଲ ଥାନାରେ ପହଞ୍ଚିଛନ୍ତି।

Comments are closed.