Odisha Link
Bridging the Missing Links in Odisha

୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ବର : ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ । ଓଡ଼ିଶାର ପର୍ଯ୍ୟଟନସ୍ଥଳି ନନ୍ଦନକାନନ ଖୋଲିବା ସୂଚନା ପିସିସିଏଫ ହରିଶଙ୍କର  ଦେଇଛନ୍ତି । ଏହା କରୋନା କଟକଣା ପାଇଁ ଦୀର୍ଘ ଦିନ ହେବ ବନ୍ଦ ରହିଛି ।

ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ମିଳିବା ସୁବାଧା ରହିବ। ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ । ମାକ୍ସ ନପିନ୍ଧି ଥିଲେ ଭିତରକୁ ଛଡ଼ା ଯିବନାହିଁ ।ଏକ କାଳିନ କେତେକ ପର୍ଯ୍ୟଟକଙ୍କୁ ଛଡ଼ା ଯିବ ତାହାର ତର୍ଯ୍ୟମା ଚାଲିଛି ।

ନନ୍ଦନକାନନର ବଟନିକାଲ ଗାର୍ଡନ ମଧ୍ୟ ୪ ଖୋଲାଯିବ । ଅଫଲାଇନରେ ଟିକେଟ ନେବା ସମୟରେ ଧାଡ଼ି ନୁହେଁ ବରଂଜଣକୁ ଜଣ କରିକି ଦିଆଯିବ ।ପର୍ଯ୍ୟଟକମାନଙ୍କ ଥର୍ମାଲ ସ୍କାନିଂ କରାଯିବା ସହିତ ଏନକ୍ଳୋଜକୁ ମନା ରହିବ।

Comments are closed.