Odisha Link
Bridging the Missing Links in Odisha

କୃଷି ବିଲ୍‌କ ବିରୋଧ ପ୍ରଦର୍ଶନ: ଇଣ୍ଡିଆ ଗେଟ୍ ସାମ୍ନାରେ ଜାଳିଲେ ଟ୍ରାକ୍ଟର

ନୂଆଦିଲ୍ଲୀ: କୃଷି ବିଲ୍କୁ ପଞ୍ଜାବ ଓ ହରିୟାଣାରେ ବିରୋଧ ପରେ କୃଷକଙ୍କ ବିରୋଧ ପ୍ରଦର୍ଶନ ଦେଶର ରାଜଧାନୀ ଦିଲ୍ଲୀ ସଂସଦ ନିକଟତର ହୋଇଛି। ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତିନୋଟି କୃଷି ବିଲକୁ ଅନୁମୋଦନ କରିଛନ୍ତି। ଏହାକୁ ବିରୋଧ କରି ଆଜି ଦିଲ୍ଲୀ ସ୍ଥିତ ଇଣ୍ଡିଆ ଗେଟରେ କୃଷକମାନେ ଏକ ଟ୍ରାକ୍ଟରରେ ନିଆଁ ଲଗାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ଅଧିକାରୀ ପହଞ୍ଚି ଟ୍ରାକ୍ଟରେ ଲାଗିଥିବା ନିଆଁକୁ ଲିଭାଇଛନ୍ତି। ଇଣ୍ଡିଆ ଗେଟ୍ ନିକଟସ୍ଥ ଭିଆଇପି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବିରୋଧ ପ୍ରଦର୍ଶନକାରୀଙ୍କୁ ଏକାଠି ହେବାକୁ ଦିଆଯାଇନାହିଁ।

ଗତ ଦୁଇ ସପ୍ତାହ ହେଲା କୃଷି ବିଲକୁ ବିରୋଧ କରାଯାଉଥିବା ବେଳେ ଗତକାଲି କୃଷି ବିଲକୁ ରାଷ୍ଟ୍ରପତି ମଞ୍ଜୁରୀ ଦେଇଛନ୍ତି। ମାତ୍ର ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସତ୍ତ୍ୱେ କୃଷି ବିଲକୁ ନେଇ ବିରୋଧ ଥମିବାର ନାଁ ନେଉନାହିଁ। କୃଷକ ସଂଗଠନ ପଞ୍ଜାବରେ ରେଳ ରୋକ ପ୍ରଦର୍ଶନ ସେପ୍ଟେମ୍ବର ୨୯ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି। କୃଷି ବିଲ ବିରୋଧରେ ଅକାଲି ଦଳ ବିଭିନ୍ନ ସ୍ଥାନରେ ରାଲି କରୁଛନ୍ତି।

Comments are closed.