Odisha Link
Bridging the Missing Links in Odisha

ଅଭିନେତ୍ରୀଙ୍କ ପରେ ଅଭିନେତାଙ୍କୁ ଜେରା କରିପାରେ ଏନସିବି

ମୁମ୍ବାଇ: ବଲିଉଡର ଡ୍ରଗ୍ସ ମାମଲାର ଗୁମର ଧିରେଧିରେ ଖୋଲିବାରେ ଲାଗୁଛି । ଅନେକ ବଡ ବଡ କଳାକାରଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଏନସିବି ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତୀ ଗିରଫ କରିଥିଲା। ତେବେ ଦୀପିକା ପାଦୁକୋନ, ସାରା ଅଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଏନସିବି ଜେରା କରିଛି।

ଏବେ ଏନସିବି ନଜର ବଲିଉଡର ବଡ ବଡ ଅଭିନେତାଙ୍କ ଉପରେ ପଡି ପାରେ । ଆସନ୍ତା ସପ୍ତାହରେ ଏନସିବି ଶାହିଦ କପୁର, ରଣବୀର ସିଂହ, ହ୍ରିତିକ ରୋଶନ, ଓ ଅର୍ଜୁନ ରାମପାଲଙ୍କୁ ମଧ୍ୟ ପଚରାଉଚରା କରିପାରେ।

ଅଭିନେତା ହ୍ରିତିକଙ୍କୁ ବଲିଉଡ-ଡ୍ରଗ୍ସ ମାଫିଆ ନେକସସ ତଦନ୍ତ ପାଇଁ ସମନ ପଠାଯାଇପାରେ। ୨୦୧୭ରେ ହ୍ରିତିକ ରୋଶନ ନିଜର ସ୍ୱାସ୍ଥ୍ୟ ଖରାପ ଯୋଗୁ ଫିଲ୍ମରୁ ବ୍ରେକ ନେଇ ଥିଲେ। ସେହି ସମୟରେ ତାଙ୍କୁ ମୁମ୍ବାଇର କୋକିଲାବେନ ହସପିଟାଲରେ ଭର୍ତି କରାଯାଇଥିଲା।

ଏନସିବି ହସପିଟାଲରୁ ହ୍ରିତିକ ରୋଶନଙ୍କ ମେଡିକାଲ ରିପୋର୍ଟ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରୁଛି। ହ୍ରିତିକଙ୍କ ବ୍ୟତୀତ ରଣବୀର, ଶାହିଦ ଓ ଅର୍ଜୁନ ରାମପାଲଙ୍କ ନାଁ ଜେରା ଲିଷ୍ଟରେ ସାମିଲ ଅଛି।

Comments are closed.