Odisha Link
Bridging the Missing Links in Odisha

ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଉ ଦେଉ ହେଲେ ବହିଷ୍କାର

ଭୁବନେଶ୍ୱର: ବିଜୁ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ଆଜି ବହିଷ୍କାର କରାଯାଇଛି। କଳ୍ପତରୁ ଓଝାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି। ଏନେଇ ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ଦଳ ବିରୋଧୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ବିଜେଡି ପକ୍ଷରୁ ବିଜୁ ଯୁବ ଜନତା ଦଳରେ କାର୍ଯ୍ୟକର୍ତ୍ତା ଚୟନ କରାଯାଇଥିଲା। ଯାହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାକୁ ନେଇ ସାଧାରଣ ସମ୍ପାଦକ ପଦରୁ କଳ୍ପତରୁ ଓଝା ଇସ୍ତଫା ଦେଇଥିଲେ। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଆଜି ଇସ୍ତଫା ଦେଇଥିଲେ। ତେବେ ସମ୍ପାଦକ ପଦରୁ ଇସ୍ତଫା ଦେଉ ଦେଉ ଶ୍ରୀ ଓଝାଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

Comments are closed.