Odisha Link
Bridging the Missing Links in Odisha

ରାଜ୍ୟରେ ସର୍ବାଧିକ ୨୩୮୪ କୋଟିର ଜିଏସ୍‌ଟି ଆଦାୟ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଉଭୟ ଦେଶ ଓ ରାଜ୍ୟରେ ସର୍ବାଧିକ ସାମଗ୍ରୀ ଓ ଜିଏସ୍‌ଟି ଆଦାୟ ହୋଇଛି। ଓଡ଼ିଶାରେ ସେପ୍ଟେମ୍ବର ମାସରେ ୨୩୮୪ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଯାହା ଗତବର୍ଷ ତୁଳନାରେ ୧୮ ପ୍ରତିଶତ ଅଧିକ ରହିଛି। ସର୍ବଭ‌ାରତୀୟ ସ୍ତରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୪ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ତେବେ ୨୦୧୯ ସେପ୍ଟେମ୍ବରରେ ରାଜ୍ୟରେ ୨୦୧୫ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଦେଶବ୍ୟାପି ଆଦାୟ ୯୫ ହଜାର କୋଟି ଟଙ୍କା ପାର କରିଛି। ଯାହା ସର୍ବଭାରତୀୟ ସ୍ତରରେ ସେପ୍ଟେମ୍ବର୍ ମାସରେ ୯୫,୪୮୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ସେଥିରେ କେନ୍ଦ୍ରୀୟ ଜିଏସଟିର ଭାଗ ୧୭,୪୭୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି ୨୩,୧୩୧ କୋଟି ଟଙ୍କା, ସମନ୍ବିତ ଜିଏସ୍‌ଟି ୪୭,୪୮୪ କୋଟି ଟଙ୍କା ଓ ସେସ୍‌ ଆକାରରେ ୭୧୨୪ କୋଟି ଟଙ୍କା ରହିଛି।

ଆମଦାନି କରାଯାଇଥିବା ସାମଗ୍ରୀରୁ ୨୨,୪୪୨ କୋଟି ଟଙ୍କାର ଆଇଜିଏସ୍‌ଟି ଓ ୭୮୮ କୋଟି ଟଙ୍କାର ସେସ୍‌ ଆଦାୟ କରାଯାଇଛି। ନିୟମିତ ସେଟଲ୍‌ମେଣ୍ଟ୍‌ ଆକାରରେ ସରକାର ଆଇଜିଏସ୍‌ଟିରୁ ୨୧,୨୬୦ କୋଟି ଟଙ୍କା ସିଜିଏସ୍‌ଟିକୁ ଓ ୧୬,୯୯୭ କୋଟି ଟଙ୍କା ଏସ୍‌ଜିଏସ୍‌ଟିକୁ ଦେଇଛନ୍ତି। ନିୟମିତ ସେଟଲ୍‌ମେଣ୍ଟ୍‌ ପରେ ସେପ୍ଟେମ୍ବରରେ ସିଜିଏସ୍‌ଟି ପରିମାଣ ୩୯,୦୦୧ କୋଟି ଟଙ୍କା ଓ ଏସ୍‌ଜିଏସ୍‌ଟି ୪୦,୧୨୮ କୋଟି ଟଙ୍କା ହୋଇଛି।

ସର୍ବଭ‌ାରତୀୟ ସ୍ତରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୪ ପ୍ରତିଶତ ଅଧିକ ଜିଏସ୍‌ଟି ଆଦାୟ ହୋଇଛି। ଆମଦାନି ହେଉଥିବା ସାମଗ୍ରୀରୁ ଜିଏସଟି ଆଦାୟ ୧୦୨ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଦେଶ ଭିତରର କାରବାରରୁ ଆଦାୟ ୧୦୫ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଏପ୍ରିଲ୍‌ରେ ୩୨,୧୭୨ କୋଟି ଟଙ୍କା, ମେ’ରେ ୬୨,୧୫୧ କୋଟି ଟଙ୍କା, ଜୁନ୍‌ରେ ୯୦,୯୧୭ କୋଟି ଟଙ୍କା, ଜୁଲାଇରେ ୮୭,୪୨୨ କୋଟି ଟଙ୍କା, ଅଗଷ୍ଟରେ ୮୬,୪୪୯ କୋଟି ଟଙ୍କା ଓ ସେପ୍ଟେମ୍ବର ମାସରେ ୯୫,୪୮୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଜିଏସ୍‌ଟି ତଥ୍ୟ ପ୍ରକାଶ ପାଇବା ପରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ଅର୍ଥନୀତିରେ ଦ୍ରୁତ ସୁଧାର ହେବ ବୋଲି ‌ସରକାର ଯେଉଁ ଆଶା ରଖିଛନ୍ତି ତାହାକୁ ଟିକସ ଆଦାୟ ସଂଖ୍ୟା ଅଧିକ ଦୃଢ଼ୀଭୂତ ‌କରିଛି।

Comments are closed.