Odisha Link
Bridging the Missing Links in Odisha

୧୦୦ କିଲୋରୁ ଅଧିକ ଓଜନ ବଢ଼ାଇବେ ଅଭିନେତା ଭିକି କୌଶଲ

ମୁମ୍ବାଇ : ବଲିଉଡ ଅଭିନେତା ଭିକି କୌଶଲ ନିଜର ଓଜନ ବଢ଼ାଇବାରେ ଲାଗିଛନ୍ତି। ସେ ତାଙ୍କର ଆଗାମୀ ସିନେମା‘ଦ ଇମୋଟାଲ ଅଶ୍ବଥମା’ ପାଇଁ ଏଭଳି କିଛି କରୁଛନ୍ତି।

ସିନେମାରେ ଭିକି ମହାଭାରତର ମହାନ ଓ ଅମର ଯୋଦ୍ଧା ଅଶ୍ବଥମା ଚରିତ୍ରରେ ନଜର ଆସିବେ। ଏହି ସିନେମାଟି ୨୦୨୧ ପ୍ରାରମ୍ଭରେ ଆରମ୍ଭ ହେବ। ସିନେମାଟି ତିନିଟି ପାର୍ଟରେ ରିଲିଜ ହେବ।

ଯେଉଁଥିରେ ଅଶ୍ବଥମାଙ୍କୁ ଆଧୁନିକ ସମୟର ଏକ ସୁପରହିରୋରେ ଚିତ୍ରିତ କରାଯିବ। ଅଶ୍ବଥମା ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁଅ। ତାଙ୍କୁ ଅମର ବରଦାନ ମିଳିଥିଲା। ମହାଭାରତରେ ସେ କୌରବଙ୍କ ପକ୍ଷରୁ ଲଢ଼ି ଥିଲେ।

ତେବେ ଏ ଚରିତ୍ର ପାଇଁ ଭିକିଙ୍କୁ ୧୦୦ କିଲୋରୁ ଅଧିକ ଓଜନ ବଢ଼ାଇବାକୁ ହେବ। ଏ ପାଇଁ ସେ ଓ୍ବାର୍କ ଆଉଟ ତ କରୁଛନ୍ତି ଏହା ସହ ତାଙ୍କୁ ମାର୍ଶଲ ଆର୍ଟ ଟ୍ରେନିଂ ମଧ୍ୟ ନେବାକୁ ହେବ। ୟୁରୋପରେ ଏହାର ସୁଟିଂ ଆରମ୍ଭ ହେବ।

ତେ​ବେ ସୁଟିଂ ଶେଷ ହେବ ମୁମ୍ବାଇରେ। ଗ୍ରୀନଲାଣ୍ଡ, ଇଂଲଣ୍ଡ ବ୍ୟତୀତ ଟୋକିଓ, ନ୍ୟୁଜିଲାଣ୍ଡ ଓ ନମ୍ବିଆରେ ମଧ୍ୟ ଫିଲ୍ମ ସୁଟିଂ କରାଯିବ।

ଅବଶ୍ୟ ସିନେମାର ସୁଟିଂ ଏବେଠୁ ଆରମ୍ଭ ହୋଇଥାନ୍ତା। ମାତ୍ର କରୋନା ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ସିନେମାର ନିର୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆଦିତ୍ୟ କର। ଏ ସିନେମା ବ୍ୟତୀତ ଭିକିଙ୍କ ପାଖରେ ଆହୁରି ଏକାଧିକ ସିନେମାର ଅଫର ଅଛି।

Comments are closed.