Odisha Link
Bridging the Missing Links in Odisha

ଆଜିଠୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ, ରାଧା ଦାମୋଦର ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜିଠାରୁ ଶ୍ରୀଜିଉଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ଆଶ୍ୱୀନ ମାସ ଶୁକ୍ଳପକ୍ଷ ଏକାଦଶୀ ଅର୍ଥାତ୍ ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ ଟାରେ ଦ୍ୱାର ଫିଟା, ତାପରେ ମଙ୍ଗଳାଆରତୀ ନୀତି ସରିଛି। ଏହାପରେ ମହାପ୍ରଭୁଙ୍କ ଅନ୍ୟ ନୀତିକାନ୍ତି ଚାଲିଛି।

ଆଜିର ଦିନରେ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ। ସନ୍ଧ୍ୟା ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ଆଦି ନୀତି କରାଯିବ । ସେହିପରି ନଭେମ୍ବର ୨୫ ତାରିଖରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୨୬ ତାରିଖରେ ବାଙ୍କଚୁଡ଼ ବେଶ, ୨୭ ରେ ନାଗାର୍ଜୁନ ବେଶ, ୨୮ ତାରିଖରେ ତ୍ରିବିକ୍ରମ ବେଶ, ୨୯ ତାରିଖରେ ଲକ୍ଷ୍ମୀନୃସିଂହ ବେଶ ସହ ଶେଷରେ ୩୦ ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ।ସବୁ ସେବାୟତଙ୍କ ଭିତରେ ସହଯୋଗ ରଖି ମହାପ୍ରଭୁଙ୍କ ନୀତିକୁ ସୁରୁଖୁରୁରେ ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

Comments are closed.