Odisha Link
Bridging the Missing Links in Odisha

ରାଜରାସ୍ତାରେ ଯୁବତୀଙ୍କୁ ଛୁରାମାଡ଼

ନୂଆପଡ଼ା: ରାଜରାସ୍ତାରେ ୨ ଯୁବତୀଙ୍କୁ ଛୁରାମାଡ଼। ନୂଆପଡ଼ା ବୋଡ଼େନ୍‌ ବଜାରରେ ଏଭଳି ଗୁଣ୍ଡାରାଜ୍‌ ଦେଖିବାକୁ ମିଳିଛି। ରାସ୍ତାରେ ୨ ଯୁବତୀଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ଅଣ୍ଟା, ବେକ, ହାତକୁ ଛୁରାମାଡ଼ କରିଛନ୍ତି। ଛୁରାମାଡ଼ରେ ୨ ଯୁବତୀ ଗୁରୁତର ହୋଛନ୍ତି। ୨ ଯୁବତୀଙ୍କୁ ବୋଡ଼େନ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଛୁରାମାଡ଼ କରିଥିବା ଯୁବକକୁ ପୋଲିସ୍‌ ଅଟକ ରଖି ଜେରା କରୁଛି। ଏକତରଫା ପ୍ରେମକୁ ସମ୍ପର୍କକୁ ନେଇ ଏପରି ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।

Comments are closed.