Odisha Link
Bridging the Missing Links in Odisha

ଅର୍ଣ୍ଣବଙ୍କ ଗିରଫକୁ ନିନ୍ଦା କଲେ ୪ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌ ଗିରିଫ କରିଛି। ଅର୍ଣ୍ଣବଙ୍କ ବାସଭବନରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ଏହାକୁ ୪ ଜଣ କେନ୍ଦ୍ରମନ୍ତ୍ରୀ ନିନ୍ଦା କରିଛନ୍ତି। ୨୦୧୮ ମସିହାର ଜଣେ ଇଂଟେରିୟର ଡିଜାଇନର ଆତ୍ମହତ୍ୟା କରିବା ମାମଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ କରାଯାଇଛି। ତେବେ ତାଙ୍କ ସହ ମୁମ୍ବାଇ ପୁଲିସ ଦୁର୍ବବ୍ୟହାର କରିଥିବା ଅର୍ଣ୍ଣବ ଅଭିଯୋଗ କରିଛନ୍ତି ।

ଅର୍ଣ୍ଣବଙ୍କ ଗିରଫଦାରୀକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିନ୍ଦା କରିଛନ୍ତି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏଭଳି ଆକ୍ରମଣ ପୁଣି ଥରେ ଆପାତକାଳୀନ ଅବସ୍ଥାକୁ ମନେପକାଇଦେଉଛି ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।

ମୁମ୍ବଇ ପୁଲିସର ଆଚରଣକୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ନିନ୍ଦାକରିଛନ୍ତି। ପ୍ରେସ୍ ପ୍ରତି ଏପରି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି କହିବା ସହ ଏହା ଜରୁରୀକାଳୀନ ସ୍ଥିତି କଥା ମନେ ପକାଇ ଦେଉଛି ବୋଲି ସେ କହିଛନ୍ତି।

ଅନ୍ୟ ପଟେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଧର୍ମେନ୍ଦ୍ର ଟ୍ୱିଟ କରି ଲେଖିଛନ୍ତି ଯେ, ଗଣମାଧ୍ୟମର ସ୍ୱାଧୀନତା ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ପ୍ରୟାସ ଅତ୍ୟନ୍ତ ନିନ୍ଦନୀୟ ଏବଂ ନିଷ୍ଠୁର ଅସହିଷ୍ଣୁତାର ଏକ ଉଲଗ୍ନ ପ୍ରଦର୍ଶନ।

ସେହିପରି ପ୍ରତାପ ଟ୍ୱିଟ କରି ଲେଖିଛନ୍ତି ଯେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଗିରଫ ସହ ସାମ୍ବିଧାନିକ ସ୍ୱତନ୍ତ୍ରତାର ନିୟମକୁ ଯେଭଳି ଅପମାନ କରିବା ଭଳି ଯେଉଁ ନିନ୍ଦନୀୟ କାର୍ଯ୍ୟ ମହାରାଷ୍ଟ୍ର ସରକାର କରିଛନ୍ତି, ତାହା ଆପାତକାଳୀନ ସ୍ଥିତିକୁ ପୁଣି ଥରେ ମନେ ପକାଇଦେଇଛି।

Comments are closed.